thelifelinemedia
Latest Odisha News, Breaking News Today

୭୨ ହଜାର ଡେଇଁଲା ସୁନା, ଚିନ୍ତାରେ ଗ୍ରାହକ

ଭୁବନେଶ୍ୱର :ସର୍ବକାଳୀନ ରେକର୍ଡ ସ୍ତରରେ ପହଂଚିଛି ସୁନା। ରକେଟ ବେଗରେ ବଢ଼ି ଚାଲିଛି। ବ୍ରେକ ଲାଗୁନି। ସତେ ଯେମିତି ସୁନା ବଜାରରେ ନିଆଁ ଲାଗିଛି।
ରାଜଧାନୀ ଭୁବନେଶ୍ୱରରେ ୧୦ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୩୮୦ଟଙ୍କା ବଢ଼ି ୭୨,୧୧୦ ରେ ପହଁଚିଛି। ସେହିଭଳି ୧୦ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ୩୫୦ ଟଙ୍କା ବୃଦ୍ଧି ପାଇ ୬୬,୧୦୦ ଟଙ୍କାରେ ପହଁଚିଛି। କେବଳ ସୁନା ଦରରେ ବୃଦ୍ଧି ଘଟି ନାହିଁ। ରୂପା ଦରରେ ଅହେତୁକ ଦର ବଢ଼ି ଚାଲିଛି।
ଆଗକୁ ବିବାହ ଋତୁ ପର୍ବ ପର୍ବାଣି ଥିବାରୁ ସୁନା ଦର ଆହୁରି ବଢିବା ନେଇ ଆକଳନ କରିଛନ୍ତି ବିଶେଷଜ୍ଞ। ଅନ୍ୟପକ୍ଷରେ ଭାରତ ଏସ୍ରାଏଲ ଯୁଦ୍ଧ ଆଶଙ୍କାରୁ ସୁନା ଦର ବଢ଼ିପାରେ। ଏ ବର୍ଷ ସୁନା ଦର ୮୦ ହଜାର ଛୁଇଁବା ନେଇ ଆକଳନ କରା ଯାଇଛି। ସୁନା ଉତ୍ପାଦନକାରୀ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି, ଆମେରିକା ଫେଡରାଲ ରିଜର୍ଭର ସୁଧ ହାର ହ୍ରାସ ନିଷ୍ପତ୍ତି ଯୋଗୁଁ ଗତ କିଛି ଦିନ ହେଲା ସୁନା ଓ ରୁପା ଦର ଲଗାତାର ଭାବେ ଉପରମୁହାଁ ହୋଇଚାଲିଛି। ଏମିତିକି ଏ ଦରବୃଦ୍ଧି ଆଉ କେତେ ଦିନ ଲାଗି ରହିବ, ତାହା ଆକଳନ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ଗହଣା ବ୍ୟବସାୟୀ।

Leave A Reply

Your email address will not be published.