thelifelinemedia
Latest Odisha News, Breaking News Today

ଓଡିଶାରେ ଏଥର କମ ବର୍ଷା, ସ୍ୱାଭାବିକ ଠାରୁ ହେବ ନିଅଣ୍ଟିଆ ବର୍ଷା, ପ୍ରଭାବିତ ହେବ ଚାଷ କାମ

ଭୁବନେଶ୍ୱର :ଦେଶରେ ଏଥର ମୌସୁମୀ ସ୍ୱାଭାବିକ ରହିବ। ଠିକ ଠାକ ବର୍ଷା ଆଣିବ ଏଥରର ମୌସୁମୀ। ଜୁନରୁ ସେପ୍ଟେମ୍ବର ପ୍ରାୟ ୪ ମାସ ଧରି ମୌସୁମୀ ଦେଶରେ ସକ୍ରିୟ ରହିବ। ଭାରତ ହେଉଛି କୃଷି ପ୍ରଧାନ ଦେଶ। ଚାଷ ଉପରେ ଦେଶର ଅର୍ଥିନୀତି ନିର୍ଭର କରେ। ମୌସୁମୀ ଠିକ ଠାକ ରହିଲେ ଭଲ ଚାଷ ହେବ। ଚଳିତ ଥର ମୌସୁମୀ ସ୍ୱାଭାବିକ ରହିବ। ତେଣୁ ଚାଷ କାମ ଭଲ ହେବ। କିନ୍ତୁ ଓଡିଶା ପାଇଁ ଏଥର ମୌସୁମୀ ଭଲ ଖବର ଆଣୁନି। ଦେଶରେ ମୌସୁମୀ ସ୍ୱାଭାବିକ ରହିବା ନେଇ ଆକଳନ ଥିବା ବେଳେ ଓଡିଶାରେ କିନ୍ତୁ ଏଥର କମ ବର୍ଷା ହୋଇପାରେ। ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ ଏଭଳି ଅନୁମାନ କରିଛି।ଓଡ଼ିଶା ସହ ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମଧ୍ୟ କମ୍‌ ବର୍ଷା ଯୋଗୁଁ ପ୍ରଭାବିତ ହେବ ବୋଲି ପାଣିପାଗ ଏଜେନ୍ସି ସ୍କାଏମେଟ୍‌ ପୂର୍ବାନୁମାନ କରିଛି।
ସାଧାରଣତ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ବର୍ଷାକୁ ସ୍ୱାଭାବିକ ଭାବରେ ଗଣା ଯାଇଥାଏ। ଚାଷ ପାଇଁ ଏହା ଉତ୍ତମ ସଙ୍କେତ ବୋଲି କୁହାଯାଏ। ଏହି ସମୟରେ ମୁଖ୍ୟତଃ ଓଡ଼ିଶାରେ ଧାନ ଚାଷ ହେଉଥିବା ବେଳେ ପନି ପରିବା ଚାଷ ମଧ୍ୟ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏସବୁ ପ୍ରଭାବିତ ହୋଇପାରେ । କାରଣ ଚଳିତ ବର୍ଷ ସ୍ୱାଭାବିକଠାରୁ ଓଡ଼ିଶାରେ ହେବ କମ୍‌ ବର୍ଷା ହେବା ନେଇ ପୂର୍ବ ଅନୁମାନ ହୋଇଛି।

ସ୍କାଏମେଟର ଆକଳନ ଅନୁସାରେ ଚଳିତ ବର୍ଷ ଦେଶର ୨୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱାଭାବିକ ବର୍ଷା ହେବ। ୮ଟି ରାଜ୍ୟ ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା ଓ ସିକ୍କିମ୍‌ରେ ଜୁନ୍‌ ଓ ଜୁଲାଇରେ କମ୍‌ ବର୍ଷା ହେବ। ତେବେ ଏହି ରାଜ୍ୟଗୁଡ଼ିକରେ ଅଗଷ୍ଟରେ ସ୍ୱାଭାବିକ ବର୍ଷା ହୋଇପାରେ। ମାତ୍ର ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ଜୁଲାଇ ଓ ଅଗଷ୍ଟ ମାସରେ ସ୍ୱାଭାବିକ୍‌ଠାରୁ କମ୍‌ ବର୍ଷା ହେବ। ସେପ୍ଟେମ୍ବର ମାସରେ ବର୍ଷା ପୁନର୍ବାର ସ୍ୱାଭାବିକସ୍ତରକୁ ଫେରିବ।

ଚଳିତ ବର୍ଷ ମୌସୁମୀ ଆଗମର ପ୍ରାରମ୍ଭରେ ଏଲ୍‌ ନିନୋ ପ୍ରଭାବରେ ବର୍ଷା ପ୍ରଭାବିତ ହୋଇପାରେ। ତେବେ ପରବର୍ତ୍ତୀ ସମୟରେ ଏହା ସ୍ୱାଭାବିକ ହେବ।ଲା ନିନା ଯୋଗୁଁ ବର୍ଷା ଭଲ ହେବ।

ବର୍ଷ ତମାମ ଯେତିକି ବର୍ଷା ହୁଏ ତାର ୭୦ ପ୍ରତିଶତ ବର୍ଷ ମୌସୁମୀ ଜନିତ ବର୍ଷା ହୋଇଥାଏ। ତେଣୁ ମୌସୁମୀ ଠିକ ଠାକ ରହିଲେ ଭଲ ବର୍ଷା ହେବ କିନ୍ତୁ ମୌସୁମୀ ଭୁଲ ଭୁଲ ଟ୍ରାକରେ ଗଲେ ନିଅଣ୍ଟିଆ ବର୍ଷା ହେବ। ଏବେ ସୁଦ୍ଧା ଭାରତୀୟ ପାଣିପାଗ ମୌସୁମୀକୁ ନେଇ କିଛି ଆକଳନ କରିନି। ଜଣାପଡୁଛି ଖୁବ କମ ଦିନ ମଧ୍ୟରେ ଆଇଏମଡ଼ି ଏ ନେଇ ସ୍ପଷ୍ଟତା ସାମ୍ନାକୁ ଆଣିପାରେ।

Leave A Reply

Your email address will not be published.