ବଂଶ ବୁଡାଇଲା ବିଲେଇ, ବିଲେଇ ପାଇଁ ଚାଲିଗଲା ୫ଜଣଙ୍କ ଜୀବନ

ମହାରାଷ୍ଟ୍ର :ବିଲେଇକୁ ବଞ୍ଚାଇବାକୁ ଯାଇ ଚାଲିଗଲା ୫ ଜଣଙ୍କ ଜୀବନ। ପରିବାରର ବଂଶ ବୁଡାଇଦେଲା ବିଲେଇ। ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଅହମ୍ମଦ ନଗର ଜିଲ୍ଲାରେ। ବିଳମ୍ୱିତ ରାତିରେ ବିଲେଇଟି କୂଅରେ ପଡିଯାଇଥିଲା। ଏହା ଦେଖି ପରିବାରର ଜଣେ ବ୍ୟକ୍ତି କୂଅ ଭିତରକୁ ପଶିଥିଲେ। ଅନେକ ସମୟ ବିତିଯିବା ପରେ ବି କୂଅରୁ ନ ବାହାରିବାରୁ ପରିବାରର ଅନ୍ୟ ସଦସ୍ୟମାନେ କୂଅ ନିକଟରୁ ଯାଇ ଦେଖିଥିଲେ।
ତାଙ୍କୁ ବଞ୍ଚାଇବାକୁ ଜଣଙ୍କ ପରେ ଜଣେ କରି ୬ ଜଣ ବ୍ୟକ୍ତି ସେହି ବାୟୋଗ୍ୟାସ୍ରେ ଭର୍ତ୍ତି କୂଅରେ ଫସି ଯାଇଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କ ଜୀବନ ଚାଲି ଯାଇଛି। କୁହାଯାଉଛି ଗୋବର ଭର୍ତ୍ତି ବାୟୋଗ୍ୟାସ୍ କୂଅରେ ଅଣନିଃଶ୍ୱାସୀ ହୋଇ ଫସିଯିବା ଯୋଗୁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ଯେଉଁ କୂଅରେ ବିଲେଇ ପଡିଥିଲା ଉକ୍ତ କୂଅ ବହୁ ଦିନରୁ ବନ୍ଦ ରହିଥିଲା। ଅଳିଆ, ଆବର୍ଜନାରେ ଭର୍ତ୍ତି ହୋଇଥିଲା କୂଅ। ଯେଉଥିପାଇଁ କୂଅରେ ବାୟୋଗ୍ୟାସ ସୃଷ୍ଟି ହୋଇଯାଇଥିଲା। ଯେଉଁଥିପାଇଁ ବିଲେଇକୁ ରେସ୍କ୍ୟୁ କରିବା ପାଇଁ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା। ସମସ୍ତ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି