ମୋକିମଙ୍କୁ ହାଇକୋର୍ଟ ଝଟକା, ଭିଜିଲାନ୍ସ ମାମଲାରେ ମୋକିମଙ୍କ ଆବେଦନ ଅଗ୍ରାହ୍ୟ

କଟକ: ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ଝଟକା । ଭିଜିଲାନ୍ସ ମାମଲାରେ ମୋକିମଙ୍କ ଆବେଦନ ଅଗ୍ରାହ୍ୟ କରିଦେଇଛନ୍ତି ହାଇକୋର୍ଟ।
ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମହମ୍ମଦ ମୋକିମ। ଦୋଷୀ ସାବ୍ୟସ୍ତ କରିଥିଲେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ।ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ମହମ୍ମଦ ମୋକିମ। ମାମଲାର ପ୍ରାରମ୍ଭିକ ଶୁଣାଣି କରି ଦଣ୍ଡାଦେଶ ଉପରେ ରହିତାଦେଶ ଦେଇଥିଲେ ହାଇକୋର୍ଟ। ସେତେବେଳେ ତାଙ୍କୁ ଏହି ମାମଲାରେ ସାମୟିକ ଆଶ୍ବସ୍ତି ମିଳିଥିଲା କିନ୍ତୁ ଏବେ ପୂର୍ଣାଙ୍ଗ ଶୁଣାଣି କରି ମୋକିମଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ। ଯାହା ମୋକିମଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି।
ନିର୍ବାଚନ ସମୟରେ ମହମ୍ମଦ ମୋକିମଙ୍କ ପାଇଁ ବଡ଼ ଝଟକାଲାଗିଛି । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶକୁ କାଏମ ରଖିଛନ୍ତି ହାଇକୋର୍ଟ । ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ ଭିଜିଲାନ୍ସ କୋର୍ଟ। ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହମ୍ମଦ ମୋକିମ ମୋକିମ ଭାବିଥିଲେ ହାଇକୋର୍ଟରୁ ତାଙ୍କୁ ଆଶ୍ବସ୍ତି ମିଳିପାରେ କିନ୍ତୁଘଟଣା ଓଲଟା ହେଲା। ଭିଜିଲାନ୍ସ କୋର୍ଟ ଯାହା ଦଣ୍ଡାଦେଶ ଦେଇଥିଲେ ତାକୁ କାଏମ ରଖିଛନ୍ତି ହାଇକୋର୍ଟ।
ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୨୦୨୨ ଅକ୍ଟୋବର ମାସରେ ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହମ୍ମଦ ମୋକିମ। ପୂର୍ବରୁ ମୋକିମଙ୍କ ଆବେଦନକୁ ଗ୍ରହଣ କରିବା ସହ
ହାଇକୋର୍ଟ ମାମଲାର ଶୁଣାଣି କରି ମୋକିମ ଙ୍କୁ ଜାମିନ ପ୍ରଦାନ କରିଥିଲେ। ଏକ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାର ବଦଳରେ ସେ ଜାମିନ ଯାଇ ପାରିବେ ବୋଲି ସର୍ତ୍ତ ରଖିଥିଲେ ହାଇକୋର୍ଟ।