thelifelinemedia
Latest Odisha News, Breaking News Today

ଅପରାଜିତାଙ୍କୁ ମିଳିବନି ଜଟଣୀ ଭୋଟ, ଦୃଢ଼କ୍ତି ବାଢ଼ିଲେ କ୍ୟାପଟେନ ମନ୍ମଥ

ଭୁବନେଶ୍ୱର : ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ନେଇ ଉଷ୍ମ ହେବାରେ ଲାଗିଛି ରାଜନୀତି। ଏଥର ଏଇ ଲୋକସଭା ଆସନରେ ରୋଚକ ସ୍ଥିତି ଦେଖିବାକୁ ମିଳିବ। ଉଭୟ ସାଂସଦ ପ୍ରାର୍ଥୀ ବଳ କଷା କଷି ଆରମ୍ଭ କରିଦେଇଛନ୍ତି। ସକାଳେ ପାର୍କରେ କ୍ୟାମ୍ପେନ, ସନ୍ଧ୍ୟାରେ କର୍ମୀ ସମ୍ମିଳନୀ। ମନ୍ମଥ ଓ ଅପରାଜିତା ଲଢେଇ ଦେଖିବାକୁ ଚାହିଁ ରହିଛି ଭୁବନେଶ୍ୱର। ଏ ସବୁ ଭିତରେ ଆରୋପ ପ୍ରତ୍ୟାରୋପ ପର୍ବ ମଧ୍ୟ୍ୟ ଆରମ୍ଭ ହୋଇଗଲାଣି। ଅପରାଜିତାଙ୍କୁ ଟାର୍ଗେଟ କରି ମନ୍ମଥ କହିଛନ୍ତି ଯେ ଏଥର ଜଟଣୀ ଭୋଟ ବିଜେପିକୁ ମିଳିବନି। ଅର୍ଥାତ ଜଟଣୀର ଗତଥର ପାଇଥିବା ୭୪ ହଜାର ଭୋଟରୁ ଅପରାଜିତା ଙ୍କ ନିକଟରେ ନାହିଁ ୬୦ ହଜାର ଭୋଟ । ଏଭଳି କିଛି ଦୃଢ଼କ୍ତି ବାଢ଼ିଛନ୍ତି ମନ୍ମଥ। କଂଗ୍ରେସ ପ୍ରାର୍ଥୀ ନଥିବାର ଫାଇଦା ଆଉ ମିଳିବନି ଅପରାଜିତାଙ୍କୁ ।

ଗତ ନିର୍ବାଚନରେ କଂଗ୍ରେସ ନିଜର ପ୍ରାର୍ଥୀ ଦେଇନଥିଲା। ବାମ ଦଳ ସହିତ ମେଣ୍ଟ ହୋଇଥିଲା। ତାର ବଡ଼ ପ୍ରଭାବ ନିର୍ବାଚନରେ ପଡିଥିଲା। ସେହି ସମୟରେ ଭୋଟରଙ୍କ ନିକଟରେ ଅନ୍ୟ କିଛି ବିକଳ୍ପ ନ ଥିଲା । ଆମେ ଲୋକଙ୍କୁ ଫ୍ରି କରିଥିଲୁ ଆମର ସମର୍ଥକଙ୍କ ପାଇଁ କୌଣସି ବାଧା ନଥିଲା । ସେତେବେଳେ ଅପରାଜିତା ଷଡ଼ଙ୍ଗୀ ନୂଆକରି ଆସିଲେ ଅନେକ ନୂଆ କଂସେପ୍ଟ ଓ ଅନେକ ବିକାଶମୂଳକ ଯୋଜନା ଆଣିଥିଲେ। କିଛି ନୂଆ ପରିବର୍ତ୍ତନ ଅନୁବାକୁ ଚେଷ୍ଟା କରିଥିଲେ। ପରବର୍ତ୍ତୀ ସମୟରେ ବିଫଳ ହୋଇଗଲା । ଭୋଟର ଅନେକ ଆଶା କରଥିଲେ ହେଲେ ଓଲଟା ହେଲା। କଂଗ୍ରେସ ମେଜର ଭୋଟ ବ୍ୟାଙ୍କ ଅପରାଜିତା ପକ୍ଷକୁ ଯାଇଥିଲା । ଏଥର କିନ୍ତୁ ସ୍ଥିତି ଭିନ୍ନ । ବାପା ସୁରେଶ ରାଉତରାୟଙ୍କ ଆଶୀର୍ବାଦ ଓ ମୋର ସମାଜସେବା କାମକୁ ନେଇ ଜଟଣୀ ବାସୀ ମୋ ସହିତ ଅଛନ୍ତି। ଏଣୁ ଗତଥର ଜଟଣୀ ର ୭୪ ହଜାର ଭୋଟ ମଧ୍ୟରୁ ୬୦ ହଜାର ଭୋଟ ଅପରାଜିତାଙ୍କ ସହିତ ନାହିଁ। ଏପରି ହେଲେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ରୋଚକ ସ୍ଥିତି ଦେଖିବାକୁ ମିଳିପାରେ

Leave A Reply

Your email address will not be published.