thelifelinemedia
Latest Odisha News, Breaking News Today

ବବି ମାରିବେ ସମ୍ବଲପୁର ବାଜି! ସମ୍ବଲପୁର ହେବ ସମ୍ମାନର ଲଢେଇ

ଭୁବନେଶ୍ୱର : ବବି ବନାମ ଧର୍ମେନ୍ଦ୍ର। ଓଡିଶା ରାଜନୀତି ଇତିହାସରେ ସବୁଠୁ ବଡ ଲଢେଇ ଦେଖିବ ସମ୍ବଲପୁର। ଯାହା କେବେ ହୋଇନଥିଲା ଏବେ ତାହା ହେବାକୁ ଯାଉଛି। ରୋଚକ ହେବ ସମ୍ବଲପୁର ଲୋକସଭା ଲଢେଇ। ଜଣେ ରାଜ୍ୟ ବିଜେପିର ବଡ଼ ଚେହେରା ଆଉ ଜଣେ ବିଜେଡିର ଦ୍ୱିତୀୟ ପାୱାରଫୁଲ ନେତା। ଉଭୟଙ୍କ ମଧ୍ୟରେ ହେବ ଜବରଦସ୍ତ ଲଢେଇ। ସମ୍ମାନର ପ୍ରସଙ୍ଗ ହେବ ସମ୍ବଳପୁର ଆସନ।
ନିର୍ବାଚନୀ ହାୱା କହୁଛି ଏଥର ସମ୍ବଲପୁର ଆସନ ହାତେଇପାରେ ବିଜେଡି। 2019ଭୁଲକୁ ସୁଧାରି ନେଇଛି ଦଳ। ଗତ ଥରର ଭୁଲକୁ ସମୀକ୍ଷା କରି ଦଳ ମୈଦାନକୁ ଓଲ୍ହାଇଛି। ଦଳର ସଂଗଠନ ସମ୍ପାଦକ ନିଜେ ଲଢ଼ିବେ। ପ୍ରତିପକ୍ଷ ବିଜେପିର ହେଭିୱେଟ ନେତାଙ୍କ ବିରୁଦ୍ଧରେ ଲଡେଇ କରିବେ। ଯଦିଓ କେନ୍ଦ୍ରମନ୍ତ୍ରୀ ହିସାବରେ ଧର୍ମେନ୍ଦ୍ରଙ୍କ ଖ୍ୟାତି ବଢିଛି କିନ୍ତୁ ବହୁ ବର୍ଷ ପରେ ସିଧା ସଳଖ ନିର୍ବାଚନ ମଇଦାନକୁ ଓଲ୍ଲାଇଛନ୍ତି। 15 ବର୍ଷ ପରେ ଭୋଟ ରାଜନୀତିରେ ସାମିଲ ହେଉଛନ୍ତି। ଶେଷ ଥର ସେ 2009 ବିଧାନସଭା ଲଢ଼ି ହାରିଥିଲେ। ପରେ ବିହାର ଓ ମଧ୍ୟ ପ୍ରଦେଶରୁ ରାଜ୍ୟ ସଭା ଯାଇଛନ୍ତି ଧର୍ମେନ୍ଦ୍ର। ତେଣୁ ଏତେ ଵର୍ଷ ବ୍ୟବଧାନ ପରେ ସିଧା ସଳଖ ରାଜନୀତିକୁ ଆସିଥିବାରୁ ହୁଏତ ତାଙ୍କର ଗ୍ରହଣୀୟତା ମିଳି ନପାରେ। ରାଜନୀତି ପଣ୍ଡିତ କହୁଛନ୍ତି ବବି- ଧର୍ମେନ୍ଦ୍ର ରେସରେ ଆଗରେ ଅଛନ୍ତି ବବି। ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ଦ୍ୱିତୀୟ ବଡ ନେତା ହେଉଛନ୍ତି ପ୍ରଣବ ପ୍ରକାଶ ଦାଶ। କେବଳ ଯାଜପୁରରେ ନୁହେଁ ଓଡିଶାରେ ବିଭିନ୍ନ ଅଂଚଳରେ ତାଙ୍କର ନିଜସ୍ୱ ଭୋଟ ରହିଛି। ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କ ଅପେକ୍ଷା ବବିଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତା ଅଧିକ ରହିଛି। ଗତ ନିର୍ବାଚନରେ ଏଇ ଆସନରୁ ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ବିଜୟ ଲାଭ କରିଥିଲେ। ବିଜେଡି ପ୍ରାର୍ଥୀ ନଳିନୀ ପ୍ରଧାନଙ୍କୁ ମାତ୍ର 9ହଜାର ଭୋଟ ବ୍ୟବଧାନରେ ହରାଇ ଥିଲେ। ଯଦିଓ ଏଠାରେ ବିଜୟ ବ୍ୟାବଧାନ କମ ରହୁଛି ତେଣୁ ବବିଙ୍କ ପାଇଁ ବିଜୟ ରାସ୍ତା ସହଜ ହେବ ବୋଲି କୁହାଯାଉଛି। ଗତ ତିନୋଟି ନିର୍ବାଚନରେ ସମ୍ବଲପୁର ବାସୀ ଗୋଟିଏ ନିର୍ଦ୍ଧିଷ୍ଟ ଦଳ ଉପରେ ଭରସା କରି ନାହାନ୍ତି। ଥରେ କଂଗ୍ରେସ, ଥରେ ବିଜେଡି ଏବଂ ଥରେ ବିଜେପିକୁ ଭରସା କରିଛନ୍ତି ସମ୍ବଲପୁର ବାସୀ। ତେଣୁ ଯଦି ଏଇ ଧାରା ଜାରି ରୁହେ ତା ହେଲେ ଏଥର ବିଜେଡି ସମ୍ବଲପୁର ଆସନ ହାତେଇବା ଥୟ।

Leave A Reply

Your email address will not be published.