thelifelinemedia
Latest Odisha News, Breaking News Today

କଟିଲା ଟିକେଟ, ନିରାଶ ହେଲେ ପୁରୁଣା ନେତା

ଭୁବନେଶ୍ୱର :ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ଚମକିଲା ଭଳି ଚିତ୍ର। ଟିକେଟକୁ ନେଇ କଠୋର ନିଷ୍ପତ୍ତି ନେଇଛନ୍ତି ବିଜେଡି ସୁପ୍ରିମୋ। ବିଜେଡି ଦ୍ୱିତୀୟ ତାଲିକା ସମସ୍ତଙ୍କୁ ଚକିତ କରିଛି। ଦ୍ୱିତୀୟ ପର୍ଯ୍ୟାୟରେ 27 ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ଏଥିରେ 10ଟି ଆସନରେ ପ୍ରାର୍ଥୀ ରିପିଟ ହେଇଛି। 7 ଜଣ ମହିଳାଙ୍କୁ ଟିକେଟ ମିଳିଥିବା ବେଳେ ଦୁଇ ବରିଷ୍ଠ ନେତାଙ୍କ ପୁଅଙ୍କୁ ଟିକେଟ ମିଳିଛି। ଖାଲି ସେତିକି ନୁହେଁ ଜଣେ ବିଧାୟକଙ୍କ ପତ୍ନୀଙ୍କୁ ଦଳ ପ୍ରାର୍ଥୀ କରିଛି।
ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏଥର ନିର୍ବାଚନ ଲଢ଼ିବେ ନାହିଁ। ତାଙ୍କ ଜାଗାରେ ପୁଅ ଲଢ଼ିବେ। ପୁଅ ଅଙ୍କିତ ପ୍ରତାପ ଜେନା ଏଥର ମାହାଙ୍ଗାରୁ ଲଢ଼ିବେ।
ବିବାଦୀୟ ହୋଇପଡିଥିବା ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାଶଙ୍କ ଟିକେଟ ଏଥର କଟିଛି। ପ୍ରେମିକା ବାନ୍ଧଵୀ ପ୍ରସଙ୍ଗରେ ଛନ୍ଦି ହୋଇଛନ୍ତି ବିଜୟ। ସେଥିପାଇଁ ତାଙ୍କ ଟିକେଟ କଟା ଯାଇଥିବା ନେଇ ଚର୍ଚ୍ଚା ହେଉଛି।ବିଜୟଙ୍କ ଜାଗାରେ ତିର୍ତୋଲରୁ ରମାକାନ୍ତ ଭୋଇଙ୍କ ପ୍ରାଥୀତ୍ୱ ଉପରେ ଏଥର ଦଳ ଭରସା କରିଛି।
ଚର୍ଚ୍ଚିତ ଆଠମଲ୍ଲିକ ବିଧାନସଭାରୁ ଏଥର ନଳିନୀ କାନ୍ତ ପ୍ରଧାନ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି। ଏଠାରେ ଥିବା ରମେଶ ଚନ୍ଦ୍ର ସାଏଙ୍କ ଟିକେଟ କଟିଛି।ମୋରଡାରେ ମଧ୍ୟ ଟିକେଟ ଏପଟ ସେପଟ ହେଇଛି। ମୋରଡା ବିଧାୟକ ରାଜକିଶୋର ଦାସଙ୍କ ପରିବର୍ତ୍ତେ ତାଙ୍କ ପତ୍ନୀ ପ୍ରୀତି ନନ୍ଦା କାନୁନଗୋ ଏଥର ମୋରଡାରୁ ଲଢ଼ିବା ନେଇ ଟିକେଟ ମିଳିଛି।
ଫୁଲବାଣୀରେ ବିଧାୟକ ଅଙ୍ଗଦ କଁଅର ଏବଂ ପଟାଙ୍ଗିରେ ପ୍ରୀତମ ପାଢ଼ୀଙ୍କୁ ଏଥର ଟିକେଟ ଦେଇନି ବିଜେଡି। ଫୁଲବାଣୀରେ ନୂଆ ମୁହଁ ଭାବେ ଜୟଶ୍ରୀ କଁଅର ସାମ୍ନାକୁ ଆସିଛନ୍ତି।
ଏବେ ବିଜେଡିର 48 ଆସନ ବାକି ଅଛି। ଏହି ଆସନ ଗୁଡିକୁ ନେଇ ବିଜେଡିର ଅଙ୍କ ଛିଣ୍ଡୁନି। ବିବାଦୀୟ ହୋଇଥିବା ଏଇ ଆସନକୁ ନେଇ ରଣନୀତି କରୁଛି ବିଜେଡି। ଦଳ ଡିଆଁ କାର୍ଯ୍ୟକ୍ରମ ଚାଲିଥିବାରୁ ଏବେ 48 ଆସନକୁ ନେଇ ବିଚାର ବିମର୍ଶ କରୁଛି ବିଜୁ ଜନତା ଦଳ।

Leave A Reply

Your email address will not be published.