thelifelinemedia
Latest Odisha News, Breaking News Today

ସିଝୁଛି ସାରା ଓଡିଶା, ହିଟୱେଭ ପାଇଁ ସତର୍କତା ଜାରି

ଭୁବନେଶ୍ୱର :ଅସହ୍ୟ ହେଉଛି ତାତି। ଟାଇଁ ଟାଇଁ ଖରାରେ ସିଜୁଛି ସାରା ଓଡିଶା। ଖରା ଯେତିକି ଗୁଳୁଗୁଳି ସେତିକି। ଉପକୂଳଠୁ ଉପାନ୍ତ ପଶ୍ଚିମରୁ ପୂର୍ବ ସବୁଠି ତାତି ଅସହ୍ୟ ହେଲାଣି। ତାତି ଯୋଗୁଁ ପ୍ରଭାବିତ ହେଉଛନ୍ତି ଲୋକେ। ରାସ୍ତା ଘାଟ ସୁନସାନ। ଘରୁ ଲୋକେ ବାହାରିବାକୁ ଭୟ କରୁଛନ୍ତି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର ମିଳିଵ ନାହିଁ।
ଯାହାକୁ ନଜରରେ ରଖି ହିଟୱେଭ୍ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାସହ ରାଜ୍ୟରେ ଜାରି ରହିବ ଉଷ୍ମ ରାତିର ସ୍ଥିତି। ଗରମ ସହ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆଦ୍ରତା ରହୁଛି। ଏନେଇ ଉଷ୍ମ ଓ ଆଦ୍ର ସ୍ଥିତି ୩ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। କେଉଁଝର,ଅନୁଗୁଳ, ବୌଦ୍ଧ,ନୟାଗଡ଼, ବଲାଙ୍ଗୀର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଉଷ୍ମ ରାତିର ସ୍ଥିତିକୁ ନେଇ ବଲାଙ୍ଗୀର, ବୌଦ୍ଧ, ଭଦ୍ରକ୍, କଂଧମାଳ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଛୋଟପିଲା, ବୟସ୍କ, ରୋଗାକ୍ରାନ୍ତ ଓ ଗର୍ଭବତୀ ମହିଳାଙ୍କୁ ଖରାକୁ ବାରଣ କରାଯାଇଛି।

ଅନ୍ୟପଟେ ଏପ୍ରିଲ ୬ ତାରିଖରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ସୃଷ୍ଟି ହେଉଥିବା ନିମ୍ନ ଚାପରେଖା ପ୍ରଭାବରେ ୬, ୭, ୮ ଓ ୯ ତାରିଖରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଖରା ଯୋଗୁଁ ଜନ ସାଧାରଣଙ୍କୁ ସତର୍କ କରାଇଛି ପାଣିପାଗ ବିଭାଗ।

Leave A Reply

Your email address will not be published.