thelifelinemedia
Latest Odisha News, Breaking News Today

ବିଜେଡ଼ି ଛାଡ଼ିଲେ ଅରିନ୍ଦମ, ନବୀନଙ୍କୁ ଦେଲେ ଇସ୍ତଫା ପତ୍ର

ଭୁବନେଶ୍ୱର: ବିଜେଡ଼ି ସହିତ ସମ୍ପର୍କ ତୁଟାଇଛନ୍ତି ଅରିନ୍ଦମ ରାୟ। ଦଳରୁ ଇସ୍ତଫା ଦେଇଛନ୍ତି। ସାଧାରଣ ସମ୍ପାଦକ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅରିନ୍ଦମ। ଏ ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା କରା ଯାଉଥିଲା ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଅରିନ୍ଦମ। କହିଛନ୍ତି ଦଳରେ କିଛି ଠିକ୍ ନ ଥିଲା। ଆପଣ ମୋ ପରିସ୍ଥିତି ବୁଝିବେ, ମୋ ଉପରେ ଆକ୍ରୋଶ ରଖିବେନି ବୋଲି ନବୀନଙ୍କୁ ଜଣାଇଛନ୍ତି ଅରିନ୍ଦମ ରାୟ। ଏ କଥା ମଧ୍ଯ କହିଛନ୍ତି ନବୀନଙ୍କୁ ଭେଟିବାର ମାପଦଣ୍ଡ ପୂରଣ କରି ପାରୁନାହାନ୍ତି ତେଣୁ ସେ ନବୀନଙ୍କୁ ଭେଟି ପାରୁ ନାହାନ୍ତି। ଦଳରେ ତାଙ୍କର କୌଣସି ସ୍ଥାନ ନାହିଁ ବୋଲି ସେ ଅନୁଭବ କରୁଥିବା କଥା କହିଛନ୍ତି।

ବିଗତ କିଛି ଦିନ ଧରି ଅରିନ୍ଦମଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ନିୟମିତ ଭାବେ ସେ ବିଜେପି ନେତାଙ୍କୁ ଭେଟିଥିଲେ। ଅଶ୍ଵିନୀ ବୈଷ୍ଣବ ହୁଅନ୍ତୁ ଅବା କଟକ ଜିଲ୍ଲା ସଭାପତିଙ୍କ ସହିତ ଅରିନ୍ଦମଙ୍କୁ ଦେଖିବାକୁ ମିଳିଥିଲା। ବିଜେପି ନେତାଙ୍କ ସହିତ ତାଙ୍କର ସଂପର୍କକୁ ହେଇ ଚର୍ଚ୍ଚା ଯୋର୍ ଧରିଥିଲା। ସେ ଖୁବ୍ ଶିଘ୍ର ବିଜେଡ଼ି ଛାଡ଼ିବା ନେଇ ଚର୍ଚ୍ଚା ହେଉଥିଲା। ଏବେ ଚିତ୍ର ସ୍ପଷ୍ଟ ହୋଇଛି। ଦୀର୍ଘ ଦିନର ଅସନ୍ତୋଷ ହେତୁ ସେ ବିଜେଡ଼ି ଛାଡିଛନ୍ତି।

ତେବେ ବିଜେଡ଼ି ଛାଡ଼ିବା ପରେ ଅରିନ୍ଦମ ଆଗକୁ କି ନିଷ୍ପତ୍ତି ନେବେ ତରି ଉପରେ ନଜର ରହିଛି । କୁହାଯାଉଛି ସେ ବିଜେପିରେ ଯୋଗ ଦେଇ ପାରନ୍ତି। ବିଜେପିର ଶୀର୍ଷ ନେତୃତ୍ଵଙ୍କ ସହିତ ସେ ଯୋଗାଯୋଗରେ ଅଛନ୍ତି। ତେଣୁ ଖୁବ୍ ଶୀଘ୍ର ସେ ବିଜେପିରେ ଯୋଗ ଦେଇ ପାରନ୍ତି।

Leave A Reply

Your email address will not be published.