ରାଜ୍ୟ କଂଗ୍ରେସର ୯ ଗ୍ୟାରେଣ୍ଟି, ୨୪ ନିର୍ବାଚନୀ ଇସ୍ତାହାରରେ ସବୁ ବର୍ଗକୁ ଗୁରୁତ୍ଵ

ରାଜ୍ୟ କଂଗ୍ରେସର ୯ ଗ୍ୟାରେଣ୍ଟି, ୨୪ ନିର୍ବାଚନୀ ଇସ୍ତାହାରରେ ସବୁ ବର୍ଗକୁ ଗୁରୁତ୍ଵଭୁବନେଶ୍ୱର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର ପତ୍ର ପ୍ରକାଶ କରିଛି ରାଜ୍ୟ କଂଗ୍ରେସ । ସବୁ ବର୍ଗକୁ ସୁହାଇଲା ଭଳି ୯ ଗ୍ୟାରେଣ୍ଟି ରଖିଛି ଦଳ। ୨୪ ବର୍ଷର ବିଜେଡ଼ି ଶାସନ ଓ ୯ ବର୍ଷର ବିଜେପି ଶାସନରେ ଯାହା ହୋଇନି ତାହା କଂଗ୍ରେସ କରିବ ବୋଲି ଇସ୍ତାହାରରେ ଘୋଷଣା କରିଛି। ଆସନ୍ତୁ ନଜର ପକାଇବା ଏଥର ୨୪ ନିର୍ବାଚନ ପାଇଁ କଂଗ୍ରେସ ଇସ୍ତାହାର ପତ୍ରରେ କଣ ରହିଛି
୧_ ଚାଷୀଙ୍କୁ ବୋନସ୍ ସହ ଧାନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା କରିବ କଂଗ୍ରେସ । କୃଷିଋଣ ଛାଡ଼ କରିବାକୁ ମଧ୍ୟ ଘୋଷଣା କରିଛି ଦଳ ।
୨_ ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼ କରାଯିବ।
3_ ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ସହ ପ୍ରତ୍ୟେକ ମାସରେ ବେକାରୀ ଭତ୍ତା 3000 ହଜାର ଟଙ୍କା ଦିଆଯିବ । ୩ ବର୍ଷ ପର୍ଯନ୍ତ ପ୍ରତି ମାସରେ ଏହି ଭତ୍ତା ଦିଆଯିବ।
4_ ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ କରାଯିବ।
୫_ ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ପ୍ରତି ମାସରେ ୨୦୦୦ ଟଙ୍କା ଭତ୍ତା ମିଳିବ।
୬_ ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ସିଲିଣ୍ଡର ଯୋଗାଇ ଦିଆଯିବ
୭_ ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ସୁବିଧା
୮_ ବାର୍ଦ୍ଧ୍ୟକ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା ପ୍ରଦାନ କରାଯିବ
୯_.କୃଷକ ପାଇଁ ମାସିକ ପେନ୍ସନ୍ ୨୦୦୦ ଟଙ୍କା ପ୍ରଦାନ କରାଯିବ।
ତା ସହିତ କ୍ଷମତାକୁ ଆସିବାର ୧୦୦ ଦିନ ମଧ୍ୟରେ ରାଜ୍ୟରେ ଜାତି ଭିତ୍ତିକ–ସାମାଜିକ ଓ ଆର୍ଥିକ ସର୍ଭେ ଆରମ୍ଭ ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ୩୫ କିଲୋ ଚାଉଳ ସହିତ ୧କେଜି ଡାଲି+୧ ଲିଟର ତେଲ+୧ କେଜି ଲୁଣ+୨୫୦ ଗ୍ରାମ ହଳଦୀ ମଧ୍ୟ ଦେବାକୁ ଘୋଷଣା କରିଛି କଂଗ୍ରେସ । ସରକାରକୁ ଆସିଲେ ଓଡ଼ିଶାର ଚିଟଫଣ୍ଡ ଅର୍ଥକୁ ଫେରାଇ ଆଣିବାକୁ ପ୍ରତିଶୃତି ଦେଇଛି କଂଗ୍ରେସ