ପଦ୍ମ ଧରିଲେ ଅଭିନେତା ଅରିନ୍ଦମ

ଭୁବନେଶ୍ୱର: ବିଜେଡି ଛାଡ଼ିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ରେ ପହଞ୍ଚିଲେ ଅଭିନେତା ଅରିନ୍ଦମ ରାୟ।ବିଧିବଦ୍ଧ ଭାବରେ ବିଜେପି ରେ ଯୋଗ ଦେଲେ। ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଉପସ୍ଥିତ ରେ ଦଳ ରେ ଯୋଗ ଦେଇଛନ୍ତି…..କିଛି ସମୟ ପୂର୍ବରୁ ଫେସବୁକ ପେଜରେ ଚିଠି ସେୟାର କରି ନିଜର କ୍ଷୋଭ ଜଣାଇ ସାଧାରଣ ସମ୍ପାଦକ ଓ ପ୍ରାଥମିକ ସଦସ୍ୟ ପଦ ଛାଡିଥିଲେ ଅରିନ୍ଦମ ।ଦଳରେ ତାଙ୍କୁ ଅଣଦେଖା କରାଯାଉଥିଲା । ଏହାସହ ଦଳର ସୁପ୍ରିମୋଙ୍କୁ ଭେଟିବାକୁ ଯିବା ପାଇଁ ତାଙ୍କୁ ଅନୁମତି ମିଳୁନଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।ଗତ କିଛି ଦିନ ଧରି ଅରିନ୍ଦମଙ୍କ ରାଜନୈତିକ ଗତି ନେଇ ଚର୍ଚ୍ଚା ଲାଗି ରହିଥିଲା । ଆଜି ସେହି ଚର୍ଚା ରେ ବ୍ରେକ ଲାଗିଛି।ବିଧିବଦ୍ଧ ଭାବରେ ବିଜେପି ରେ ଯୋଗ ଦେଇ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ଅରିନ୍ଦମ।