thelifelinemedia
Latest Odisha News, Breaking News Today

କାହିଁକି ନାୟବଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ, ନିର୍ବାଚନ ପୂର୍ବରୁ ବିଜେପିର ମାଷ୍ଟର ଷ୍ଟ୍ରୋକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ହରିଆଣା ରାଜନୀତିରେ ଅଚାନକ ହଟଚମଟ ଦେଖିବାକୁ ମିଳିଥିଲା।ଗୋଟିଏ ଦିନରେ ସରକାର ଭାଙ୍ଗିଲା ଆଉ ସେହି ଦିନ ହିଁ ସରକାର ଗଠନ ହେଲା। ନୂଆ କ୍ୟାବିନେଟ ସହ ଶପଥ ନେଲେ ନାୟବ ସିଂହ ସୈନି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ମନୋହର ଲାଲ ଖଟ୍ଟରଙ୍କ ଜାଗାରେ ନ୍ୟାୟବଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀ ପଦ। ତେବେ ସବୁଠୁ ବଡ଼ କଥା ହେଉଛି ବିଜେପି କାହିଁକି ଖଟ୍ଟରଙ୍କୁ ରପିଟ କଲା ନାହିଁ। ଆଗକୁ ଲୋକସଭା ନିର୍ବାଚନ ରହିଛି, ତା ପୂର୍ବରୁ ବିଜେପିର ଶୀର୍ଷ ନେତୃତ୍ୱ ନାୟବଙ୍କୁ ଦାୟିତ୍ଵ ଦେବା ପଛରେ କଣ ରହିଛି ରଣନୀତି। ବିଜେପି ଏଭଳି ରିସ୍କ କାହିଁକି ନେଲା। ଖଟ୍ଟରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବାଦ ଦେବା ପଛରେ କାରଣ କଣ। ନାୟବଙ୍କ ଉପରେ ଦଳ କାହିଁକି ଭରଷା କଲା। ଲୋକସଭା ନିର୍ବାଚନ ପୂର୍ବରୁ ନାୟବ ଙ୍କୁ ମୁଖ୍ୟମନ୍ତ୍ରୀ କରାଇ ବିଜେପି କି ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ଏହା ପଛରେ ରାଜନୀତିକ ଉଦ୍ଦେଶ୍ୟ କଣ ଆସନ୍ତୁ ଏ ସମ୍ପର୍କରେ ଜାଣିବା

ନାୟବ ଓବିସି ବର୍ଗରୁ ଆସୁଛନ୍ତି। ଗତ ବର୍ଷ ବିଜେପି ତାଙ୍କୁ ଗୁରୁ ଦାୟିତ୍ବ ଦେଇଥିଲା। ରାଜ୍ୟ ବିଜେପି ସଭାପତି ଭଳି ବଡ଼ ଦାୟିତ୍ଵ ମିଳିଥିଲା। ଜାଟ ସମ୍ପ୍ରଦାୟର ଓମ୍ ପ୍ରକାଶଙ୍କ ଜାଗାରେ ରାଜ୍ୟ ବିଜେପି ସଭାପତି ପଦବୀରେ ଅବସ୍ଥାପିତ ହେଲେ ନାୟବ। ସେଇଠୁ ବୁଝା ପଡ଼ିଥିଲା ଆଗକୁ ଦଳ ନାୟବଙ୍କୁ ବଡ ଆକାରରେ ପ୍ରୋଜେକ୍ଟ କରିବ, ଯାହା ଏବେ ପ୍ରମାଣିତ ହୋଇଛି। OBC ବର୍ଗର ଭୋଟ ପାଇଁ ଦଳ ଏବେ ତାଙ୍କୁ ରାଜ୍ୟର ବଡ଼ ଚେହେରା ବନାଇଛି। ମୁଖ୍ୟମନ୍ତ୍ରୀ କରାଇ ଭୋଟ ବ୍ୟାଙ୍କ୍ ବଢ଼ାଇବାକୁ ଚେଷ୍ଟ କରୁଛି ବିଜେପି।
ହରିଆଣାରେ ସବୁଠୁ ଅଧିକ ଲୋକ ଓବିସି ବର୍ଗର। ରାଜ୍ୟ ଲୋକ ସାଂଖ୍ୟର ୩୦ ପ୍ରତିଶତ ଲୋକ ଓବିସି। ଜାଟ ୨୫ ପ୍ରତିଶତ ଲୋକ। ଖଟ୍ଟର ଯେଉଁ ସମ୍ପ୍ରଦାୟରୁ ଆସୁଛନ୍ତି ତାହା ହେଉଛି ପଞ୍ଜାବ କମ୍ୟୁନିଟି। ତେଣୁ ଭୋଟ ବ୍ୟାଙ୍କ ସଂଖ୍ୟା ଦୃଷ୍ଟିରୁ ଓବିସି ଭୋଟ ପାଇଁ ନାୟବଙ୍କୁ ନେଇ ବିଜେପି ଗୋଟି ଚାଳନା କରିଛି।

Leave A Reply

Your email address will not be published.