thelifelinemedia
Latest Odisha News, Breaking News Today

ମେଣ୍ଟ ନିଷ୍ପତ୍ତି ଆଜି: ଦିଲ୍ଲୀରୁ ଆସିବ ବଡ଼ ଖବର

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଆସିବ ବଡ଼ ଖବର। ଓଡ଼ିଶାରେ ମେଣ୍ଟ ଚର୍ଚ୍ଚାରେ ସ୍ପଷ୍ଟତା ଆସିବ । ଦିଲ୍ଲୀରୁ ସନ୍ଧ୍ୟାରେ ଆସିବ ବଡ଼ ଖବର । ଆଜିର ଦିନ ଓଡ଼ିଶା ରାଜନୀତିରେ ନିର୍ଣ୍ଣାୟକ ଦିନ ହେବାକୁ ଯାଉଛି। ରାଜ୍ୟରେ ବିଜେପି ବିଜେଡି ମେଣ୍ଟ ସମ୍ଭାବନାକୁ ନେଇ ଚରମ ସୀମାରେ ପହଁଚିଛି ରାଜନୀତି। ସମସ୍ତଙ୍କ ଭିତରେ ଉତ୍କଣ୍ଠା। ବିଗତ କିଛି ଦିନ ଧରି ରାଜ୍ୟରେ ହଟ ଚମଟ ଲାଗି ରହିଛି। ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୀତି ସରଗରମ ରହିଛି। କିନ୍ତୁ ଏତେ ଚର୍ଚ୍ଚା ଭିତରେ ସ୍ପଷ୍ଟ ଚିତ୍ର ଆଜି ଆସିବ। ରାଜ୍ୟ ବିଜେପି ନେତୃତ୍ଵ ଦିଲ୍ଲୀରେ ଡେରା ପକାଇଛନ୍ତି। କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା ଚାଲିଛି। ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରୁ ଖବର ଆସିବ ବୋଲି ସୂତ୍ରରୁ ସୂଚନା ମିଳୁଛି।

ରାଜ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଘନ ଘନ ବୈଠକ ଚାଲିଛି।ରାଜ୍ୟ ବିଜେପି ସଭାପତି, ନିର୍ବାଚନ ପ୍ରଭାରୀ ଓ ଦଳର ସଂଗଠନ ସମ୍ପାଦକ ଦିଲ୍ଲୀରେ ଥିବାବେଳେ ଓଡ଼ିଶାରେ ମଧ୍ୟ ବିଜେପି ନେତାଙ୍କ ବୈଠକ ମେଣ୍ଟ ସମ୍ଭାବନାକୁ ବଢାଇ ଦେଇଛି। ବିରୋଧି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଘରେ ରାଜ୍ୟ ବିଜେପିର ଟାଣୁଆ ୫ ନେତାଙ୍କ ବୈଠକ ବସିଥିଲା। ମେଣ୍ଟକୁ ନେଇ ଆଲୋଚନା ହୋଇଥିବା କୁହାଯାଉଛି।

ପୂର୍ବରୁ ମେଣ୍ଟକୁ ଖଣ୍ଡନ କରୁଥିବା ବିଜେପି ନେତା ଏବେ ମାପିଚୁପି ବୟାନ ଦେଉଛନ୍ତି । କହୁଛନ୍ତି କେନ୍ଦ୍ରୀୟ ନେତୃତ୍ଵ ନିଷ୍ପତ୍ତି ନେବେ, ଏବେ କିଛି କହିବା ଠିକ୍ ହେବନି। ପୂର୍ବତନ ବିଜେପି ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି ଦିଲ୍ଲୀରୁ କିଛି ଖବର ଆସିନି। ଯାହା ଖବର ଆସିବ ତାହା ଦଳୀୟ ସ୍ୱାର୍ଥକୁ ଦେଖି ନିଷ୍ପତ୍ତି ହୋଇଥିବ ବୋଲି ସେ କହିଥିଲେ। ରାଜନୈତିକ ଗତିବିଧି କହୁଛି ଆଜି ହିଁ ଦିଲ୍ଲୀରୁ ନିଷ୍ପତ୍ତି ଆସିବ।

ସବୁଠୁ ବଡ଼ କଥା ହେଉଛି ମେଣ୍ଟ ହେଲେ ତାର ରୂପରେଖ କେମିତି ହୋଇପାରେ। କୁହାଯାଉଛି ଆନ୍ଧ୍ରରେ ଯେମିତି ମେଣ୍ଟ ହେଲା ସେହି ଫର୍ମାଟରେ ଓଡ଼ିଶାରେ ମେଣ୍ଟ ହୋଇପାରେ।
ଆନ୍ଧ୍ରରେ ମେଣ୍ଟ ଚୁଡାନ୍ତ ସରିଛି। ଟିଡ଼ିପି ବିଜେପି ଓ ଜନସେନା ମଧ୍ୟରେ ମେଣ୍ଟ ହୋଇଛି। ଆସନ ବୁଝାମଣା ବି ସରିଛି। କୁହାଯାଉଛି ଆନ୍ଧ୍ର ଫର୍ମୁଲାରେ ଓଡ଼ିଶାରେ ମେଣ୍ଟ ରୂପରେଖ ହୋଇପାରେ। ଅର୍ଥାତ ବିଧାନସଭାରେ ବିଜେଡ଼ି ଅଧିକ ଆସନରେ ଲଢ଼େଇ କରିବ ଏବଂ ଲୋକସଭାରେ ବିଜେପି ଅଧିକ ସିଟରେ ମଇଦାନକୁ ଓହ୍ଲାଇବ ।
ତେବେ ଆଜି ସନ୍ଧ୍ୟାରେ ସବୁ କିଛି ସ୍ପଷ୍ଟ ହେବା।ଆଜି ହିଁ ଦିଲ୍ଲୀରୁ ବଡ଼ ଖବର ଆସିବା ନେଇ ସମ୍ଭାବନା ଅଧିକ ରହୁଛି।

Leave A Reply

Your email address will not be published.