ଆଜି ସନ୍ଧ୍ୟା ସୁଦ୍ଧା ତଥ୍ୟ, ନ ହେଲେ ଅଡ଼ୁଆରେ ପଡ଼ିବ SBI

ନୂଆଦିଲ୍ଲୀ: ଆଜି ସୁଦ୍ଧା ନିର୍ବାଚନୀ ବଣ୍ଡ ତଥ୍ଯ ଦାଖଲ କରିବ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ଜୁନ ୩୦ ସୁଦ୍ଧା ଯେଉଁ ସମୟ ମାଗିଥିଲା ଷ୍ଟେଟ ବ୍ୟାଙ୍କ ତାକୁ ଅଗ୍ରାହ୍ୟ କରିବା ପରେ ଆଜି ସନ୍ଧ୍ୟା ସୁଦ୍ଧା ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। କିନ୍ତୁ ଏହି ମାମଲାରେ ଷ୍ଟେଟ ବ୍ୟାଙ୍କର ଟାଳଟୁଳ ନୀତି ସମସ୍ତଙ୍କୁ ଚକିତ କରିଛି।
ତେବେ ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍ ଜାଣିଶୁଣି ତଥ୍ଯ ଦେବାର ବିଳମ୍ବ କଣ ପାଇଁ। କାହିଁକି ଜୁନ୩୦ ଅଧିକ ସମୟ ମାଗିଥିଲା ବ୍ୟାଙ୍କ୍। ୨୦୧୮ରେ ନିର୍ବାଚନୀ ବଣ୍ଡ ଆସିଥିଲା। ନିର୍ଦ୍ଦେଶନାମାରେ ଥିଲା ଯେବେ ବି ତଥ୍ୟ ମଗାଯିବ ନିର୍ଦ୍ଧିଷ୍ଟ ସମୟ ଭିତରେ ବ୍ୟାଙ୍କ୍ ତଥ୍ଯ ଦେବାକୁ ବାଧ୍ୟ। ଯେ କୌଣସି କୋର୍ଟ ଷ୍ଟେଟ୍ ବ୍ୟାଙ୍କକୁ ତଥ୍ୟ ମାଗି ପାରିବେ। କିନ୍ତୁ ଆଜିକାର ସମୟରେ ଷ୍ଟେଟ ବ୍ୟାଙ୍କର ଏଭଳି ଆଭିମୁଖ୍ୟ ସହଜରେ ଗ୍ରହଣୀୟ ନୁହେଁ। ଜାଣିଶୁଣି ତଥ୍ୟ ଦେବାରେ ବିଲମ୍ୱ କରୁଛି ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି।
ତେବେ ଷ୍ଟେଟ ବ୍ୟାଙ୍କ୍ କାହିଁକି ତଥ୍ଯ ଦେବାରେ ବିଳମ୍ବ କରୁଛି। ଆସନ୍ତୁ ନଜର ପକାଇବା କିଛି ସମ୍ଭାବ୍ୟ ଚର୍ଚ୍ଚା ଉପରେ
୧_ ଜୁନ ୩୦ ସମୟ ମାଗିବା ଅର୍ଥ, ସେତେବେଳେକୁ ନିର୍ବାଚନ ସରି ଯାଇଥିବ । ଅର୍ଥାତ ସେତେବେଳେ ନିର୍ବାଚନୀ ବଣ୍ଡ ତଥ୍ଯ ଭୋଟରଙ୍କ ଉପରେ କୌଣସି ପ୍ରଭାବ ନ ପଡିପାରେ। ତେଣୁ ଜାଣିଶୁଣି ଷ୍ଟେଟ ବ୍ୟାଙ୍କ୍ ସୁପ୍ରିକୋର୍ଟଙ୍କୁ ଜୁନ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲା ବୋଲି ଚର୍ଚ୍ଚା ହେଉଛି।
୨_କୁହାଯାଉଛି ନିର୍ବାଚନୀ ବଣ୍ଡ ମାଧ୍ୟମରେ ଅଧିକ ଚାନ୍ଦା ଆଦାୟ କରି ଥାଇ ପରେ ବିଜେପି। ତେଣୁ ଏବେ ତଥ୍ୟ ଦେଲେ ତାହା ସର୍ବ ସଧାରଣ ହୋଇଯିବା ଆଶଙ୍କାରେ ଷ୍ଟେଟ ବ୍ୟାଙ୍କ୍ ତଥ୍ୟ ଦେବାରେ ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି।
୩_ଯଦି ନିର୍ବାଚନ ପୂର୍ବରୁ ତଥ୍ଯ ସାର୍ବଜନୀନ ହୁଏ। ତା ହେଲେ ବିରୋଧୀ ଏହାକୁ ପ୍ରସଙ୍ଗ କରି ବଡ଼ ମୁଦା କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେଣୁ ବିଜେପିକୁ ସୁହାଇଲା ଭଳି ଷ୍ଟେଟ ବ୍ୟାଙ୍କ
ଆଭିମୁଖ୍ୟ ଦେଖାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
୪_ ନିର୍ବାଚନୀ ବଣ୍ଡ ଦାଖଲ କରିବାକୁ ହେଲେ ଦିନକରୁ ଅଧିକ ସମୟ ଲାଗିବନି। କିନ୍ତୁ ରାଜନୈତିକ ଚାପ ଯୋଗୁଁ ଷ୍ଟେଟ ବ୍ୟାଙ୍କ ପଛଘୁଞ୍ଚା ଦେଉଛି ବୋଲି କୁହାଯାଉଛି।
ଆଜି ବ୍ୟବସାୟିକ ସମୟ ସୁଦ୍ଧା ତଥ୍ୟ ଦେବ ବ୍ୟାଙ୍କ୍। ସନ୍ଧ୍ୟା ସୁଦ୍ଧା ରହିଛି ଡେଡ୍ ଲାଇନ୍। ଆଜି ଯଦି ବ୍ୟାଙ୍କ ତଥ୍ଯ ଦେବ ତା ହେଲେ ନିର୍ବାଚନ ପୂର୍ବରୁ ଏହାର ପ୍ରଭାବ ପଡ଼ିବ ଏଥିରେ କୌଣସି ଦୁଇ ମତ ନାହିଁ। ଅନ୍ୟ ଏକ କଥା ହେଉଛି ଯଦି ଆଜି ବ୍ୟାଙ୍କ୍ କୋର୍ଟଙ୍କ ନିର୍ଦ୍ଦେଶକୁ ନ ମାନେ ତା ହେଲେ ଆଗମୀ ସମୟରେ ସୁପ୍ରୀମକୋର୍ଟ କିଭଳି ପଦକ୍ଷେପ ନେବେ ତାକୁ ଅପେକ୍ଷା ।