thelifelinemedia
Latest Odisha News, Breaking News Today

ଭାରତୀୟ ନୌସେନାରେ ସାମିଲ ହେଲା ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ମୋର୍‌ମୁଗାଓ’

ନୂଆଦିଲ୍ଲୀ: ଭାରତ ମହାସାଗର ଅଞ୍ଚଳରେ ନିଜର ସାମର୍ଥ୍ୟ ବୃଦ୍ଧି କରିବା ଲାଗି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଗାଇଡେଡ୍‌ ମିସାଇଲ୍‌ ଡେଷ୍ଟ୍ରୟର୍‌’ ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ମୋର୍‌ମୁଗାଓ’କୁ ଆଜି ଭାରତୀୟ ନୌସେନାରେ ଅନ୍ତର୍ଭୁକ୍ତ କରାଯାଇଛି।

ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ଆର୍‌. ହରି କୁମାର କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଭାରତୀୟ ନୌସେନା ଯୁଦ୍ଧପୋତ ଡିଜାଇନ୍‌ ଓ ନିର୍ମାଣ କରିବାର ସାମର୍ଥ୍ୟ ହାସଲ କରିଛି। ବର୍ଷକ ପରେ ଆମେ ‘ଡେଷ୍ଟ୍ରୟର୍‌ ମୋର୍‌ମୁଗାଓ’କୁ ନୌସେନାରେ ସାମିଲ କରି ସ୍ବଦେଶୀ ଯୁଦ୍ଧପୋତ ନିର୍ମାଣ ଇତିହାସରେ ଆଜି ଆଉ ଗୋଟାଏ ଗୁରୁତ୍ବପୂର୍ଣ୍ଣ ସାଫଲ୍ୟ ସଂଯୋଗ କଲୁ। ବର୍ଷକରୁ ଅଧିକ ଦିନ ତଳେ ‘ବିଶାଖାପଟନମ୍‌’ ନାମରେ ଏ ପ୍ରକାର ଆଉ ଗୋଟାଏ ଯୁଦ୍ଧପୋତ ନୌସେନାରେ ସାମିଲ ହୋଇଥିଲା।

Leave A Reply

Your email address will not be published.