thelifelinemedia
Latest Odisha News, Breaking News Today

ବିଷାକ୍ତ ମଦ ପିଇ ୬ ବର୍ଷରେ ଗଲାଣି ୭ ହଜାର ଲୋକଙ୍କ ଜୀବନ, ଆଶ୍ଚର୍ଯ୍ୟ କରିଦେବ ତଥ୍ୟ

ନୂଆଦିଲ୍ଲୀ: ଭାରତରେ ଗତ ୬ ବର୍ଷ ମଧ୍ୟରେ ବିଷାକ୍ତ ମଦ ସେବନ ଯୋଗୁଁ ପ୍ରାୟ ସାତ ହଜାର ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ପଞ୍ଜାବରେ ସର୍ବାଧିକ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଛି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ର ତଥ୍ୟରୁ ଏହି ସୂଚନା ମିଳିଛି। ବିହାରରେ ବିଷାକ୍ତ ମଦ ସେବନ ହେତୁ ଗତ ଦୁଇରୁ ତିନି ଦିନ ମଧ୍ୟରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୨୦୧୬ ମସିହାରୁ ରାଜ୍ୟରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ ହୋଇଛି। ଏନସିଆରବି ତଥ୍ୟ ଅନୁଯାୟୀ, ବିଷାକ୍ତ ମଦ ଯୋଗୁଁ ୨୦୧୬ ମସିହାରେ ଦେଶରେ ୧୦୫୪ ମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ୨୦୧୭ରେ ୧୫୧୦ ଜଣଙ୍କର ମୃତ୍ୟୁ ଘଟିଛି | ୨୦୧୮ ମସିହାରେ ୧୩୬୫, ୨୦୧୯ରେ ୧୨୯୬ ଏବଂ ୨୦୨୦ ମସିହାରେ ୯୪୭ ଜଣଙ୍କର ମୃତ୍ୟୁ ଘଟିଛି |

Leave A Reply

Your email address will not be published.