thelifelinemedia
Latest Odisha News, Breaking News Today

ମହିଳାଙ୍କୁ ଘାରିଛି ଟାଟୁ ନିଶା: ପ୍ରତିଦିନ ଶୋଇବା ପୂର୍ବରୁ ତାଙ୍କ ଶରୀରରେ ପ୍ରେମିକ କରନ୍ତି ଟାଟୁ

ଆଜିକାଲି ଯୁବପୀଢିଙ୍କ ଶରୀରରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ପାଲଟି ଯାଇଛି। କିନ୍ତୁ ବିଟ୍ରେନର ଜଣେ ମହିଳାଙ୍କ ପାଇଁ ଟାଟୁ କରିବା ଏକ ପ୍ରକାରର ନିଶା ପାଲଟିଯାଇଛି। ସେ ଏତେଗୁଡ଼ିଏ ଟାଟୁ କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଶରୀରରେ ଶହ ଶହ ଟାଟୁ ରହିଛି। ୪୬ ବର୍ଷୀୟା ମେଲିସା ସ୍ଲୋଆନ୍ ବ୍ରିଟେନରେ ରୁହନ୍ତି। ସେ ଶରୀରରେ ଟାଟୁ କରିବା ପାଇଁ ବହୁତ ପସନ୍ଦ କରନ୍ତି। ସେ ତାଙ୍କ ଶରୀରରେ ଟାଟୁ କରିବାରେ ଅଧା ଜୀବନ ଅତିବାହିତ କରିସାରିଲେଣି। ତାଙ୍କ ଶରୀରରେ ଏତେଗୁଡ଼ିଏ ଟାଟୁ ଅଛି, ଯାହାକୁ କେହି କଳ୍ପନା କରିପାରିବେ ନାହିଁ। ତାଙ୍କର ଏହି ଟାଟୁ ପାଇଁ ସେ ଅନେକ ଥର ଚାକିରି ମଧ୍ୟ ହରାଇଛନ୍ତି। ସେ ଦୁଇ ସନ୍ତାନର ମାଆ ଅଟନ୍ତି। ଅନେକ ଥର ସେ ନିଜ ପିଲାମାନଙ୍କ ଆଗରେ ପରିହାସର ସାମ୍ନା କରିବାକୁ ପଡ଼ିଛି । ଏହାସତ୍ତ୍ୱେ ସେ ନିଜ ଦେହରେ ଟାଟୁ କରିବା ବନ୍ଦ କରି ନାହାନ୍ତି ନାହିଁ । ବାସ୍ତବରେ ଟାଟୁ କରିବା ତାଙ୍କ ପାଇଁ ନିଶା ପାଲଟି ଯାଇଛି। ରାତିରେ ଶୋଇବା ପୂର୍ବରୁ ତାଙ୍କ ବୟଫ୍ରେଣ୍ଡ ପ୍ରତିଦିନ ଶରୀରରେ ଟାଟୁ କରିଥାନ୍ତି। ମେଲିସା କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ତାଙ୍କ ଶରୀରରେ ୮୦୦ ରୁ ଅଧିକ ଟାଟୁ ରହିଛି। ତାଙ୍କ ମୁହଁରେ ଏ ପର୍ଯ୍ୟନ୍ତ ଟାଟୁର ତିନି ପରସ୍ତ ହୋଇଗଲାଣି। ସେ ଟାଟୁ କରିବା ଟାଇମ୍ ପାସ ନୁହେଁ, ଜୀବନର ଏକ ଅଂଶ ବୋଲି ମାନନ୍ତି। ତାଙ୍କୁ ଯେତେବେଳେ ୨୦ ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ପ୍ରଥମେ ତାଙ୍କ ପ୍ରେମିକଙ୍କ ନାମକୁ ତାଙ୍କ ଶରୀରରେ ଟାଟୁ କରିଥିଲେ। ଛୁଞ୍ଚିି ଫୁଟିବାର ଯନ୍ତ୍ରଣାକୁ ସେ ଭଲ ପାଆନ୍ତି ବୋଲି କହିଛନ୍ତି।

Leave A Reply

Your email address will not be published.