thelifelinemedia
Latest Odisha News, Breaking News Today

ଡେବ୍ରିଗଡ଼ରେ ପୁଣି ନଜର ଆସିଲା ବାଘ

ସମ୍ବଲପୁର: ଡେବ୍ରିଗଡରେ ନେଚର୍‌ କ୍ୟାମ୍ପ ନିକଟରେ ଶନିବାର ପୁଣିଥରେ ବାଘକୁ ଦେଖିବାକୁ ମିଳିଛି। ମହାବଳକୁ ଅତି ନିକଟରୁ ଦେଖି ଛତିଶଗଡ଼ର ପର୍ଯ୍ୟଟକ ଫଟୋ ଉଠାଇଥିଲେ। ବାଘର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ବେଳେ ତା ଉପରେ ୨୪ ଘଣ୍ଟା ନଜର ରଖା ଯାଉଥିବା ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି।

ଅନ୍ୟପଟେ ବାଘର ସୁରକ୍ଷାକୁ ଦୃଷ୍ଟିରେ ରଖି ଡେବ୍ରିଗଡ ଅଭୟାରଣ୍ୟର ସମସ୍ତ ପାରିପାର୍ଶ୍ୱିକ ଗ୍ରାମରେ ବାଘ ଉପରେ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଉଛି। ଯେଉଁ ମହିଳାମାନେ ଅଗ୍ନି, ବାଉଁଶ, ପାଣି ଇତ୍ୟାଦି ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ, ସିନେମା ସମୟରେ ସେମାନଙ୍କ ଉପସ୍ଥାନ ଶତପ୍ରତିଶତ ଦେଖିବାକୁ ମିଳୁଛି। ବାଘ ମଣିଷଙ୍କ ପାଇଁ କ୍ଷତିକାରକ ନୁହେଁ ଏବଂ ବାଘ ସଂରକ୍ଷଣ ପାଇଁ ଯୁବ ପିଢିକୁ ଉତ୍ସାହିତ କରିବା ହେଉଛି ଏହି ସିନେମାର ମୁଖ୍ୟ ଉଦ୍ଦେଶ୍ୟ।

Leave A Reply

Your email address will not be published.