thelifelinemedia
Latest Odisha News, Breaking News Today

କଂଗ୍ରେସର ‘ହାଥ୍‌ ସେ ହାଥ୍‌ ଯୋଡ଼ ଯାତ୍ରା‘ ଜାନୁଆରି ୨୬ରୁ ହେବ ଆରମ୍ଭ

ଭୁବନେଶ୍ବର: ଆସନ୍ତା ଜାନୁଆରି ୨୬ ତାରିଖ ଠାରୁ ଆରମ୍ଭ ହେବ କଂଗ୍ରେସର ‘ହାଥ ସେ ହାଥ ଯୋଡ଼ ଯାତ୍ରା।’ ଦୁଇ ମାସ ଧରି ଚଳିବ ଏହି ଯାତ୍ରା। ଏହି ଯାତ୍ରା ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଘର ଘର ବୁଲି ଲୋକଙ୍କୁ ଅବଗତ କରାଇବ କଂଗ୍ରେସ। ଏନେଇ ଆଜି କଂଗ୍ରେସ ଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ପ୍ରଭାରୀ ଚେଲା କୁମାରଙ୍କ ସମେତ ବହୁ ବରିଷ୍ଠ ନେତା ଏବଂ ଜିଲ୍ଲା କଂଗ୍ରେସ ସଭାପତି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସ ଗତ ସେପ୍ଟେମ୍ବର ମାସ ୭ ତାରିଖ ଠାରୁ ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିଛି। ତାମିଲନାଡୁର କନ୍ୟାକୁମାରୀ ଠାରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଏହି ଯାତ୍ରା ତାମିଲନାଡୁରୁ ଆରମ୍ଭ ହୋଇ ଶ୍ରୀନଗରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି। ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଯେଉଁଠି ଭଲ ପ୍ରଦର୍ଶନ କରି ନ ଥିଲା,‌ ସେହି ସ୍ଥାନଗୁଡ଼ିକୁ ଭାରତ ଯୋଡୋ ଯାତ୍ରା ପହଂଚିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ଗତ ଅକ୍ଟୋବର ୩୧ ତାରିଖରେ ଭାରତ ଯୋଡୋ ଯାତ୍ରା ଆରମ୍ଭ ହୋଇଥିଲା।

Leave A Reply

Your email address will not be published.