thelifelinemedia
Latest Odisha News, Breaking News Today

ସଞ୍ଜୟ ଦତ୍ତଙ୍କ ପୂର୍ବତନ ପ୍ରେମିକାଙ୍କୁ ଧୋକା ଦେଲେ ଲିଆଣ୍ଡର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିୟା ପିଲ୍ଲାଇ ଏବଂ ଟେନିସ ଖେଳାଳି ଲିଆଣ୍ଡର ପେସ ପୁଣି ଥରେ ଚର୍ଚ୍ଚାକୁ ଆସିଯାଇଛନ୍ତି । ନିକଟରେ ଲିଆଣ୍ଡର ପେସଙ୍କ ପୂର୍ବତନ ପ୍ରେମିକା ରିୟା ପିଲ୍ଲାଇ ପେସଙ୍କ ବିରୋଧରେ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହା ସହିତ ପିଲ୍ଲାଇ ମଧ୍ୟ ଲିଆଣ୍ଡର ପେସଙ୍କ ବିରୋଧରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛନ୍ତି। ତାଙ୍କ ଆବେଦନରେ ରିୟା ପିଲ୍ଲାଇ, ଲିଆଣ୍ଡର ପେସଙ୍କଠାରୁ ଠକାମିର ଶିକାର ହୋଇଥିବାର ଅଭିଯୋଗ କରିଛନ୍ତି। ପିଲ୍ଲାଇ ତାଙ୍କ ପିଟିସନରେ କହିଛନ୍ତି ଯେ ସେ (ଲିଆଣ୍ଡର ପେସ୍) ତାଙ୍କ ଗର୍ଲଫ୍ରେଣ୍ଡ କିମ ଶର୍ମାଙ୍କ ସହ ବୁଲାବୁଲି କରୁଥିଲେ ବି କୋର୍ଟଙ୍କ ଆଦେଶ ବିରୋଧରେ ଆବେଦନ କରିବାକୁ ତାଙ୍କୁ ସମୟ ମିଳି ନଥିଲା। ସେ କୋର୍ଟରେ ଲିଆଣ୍ଡର ପେସ ଓ ତାଙ୍କ ବାନ୍ଧବୀଙ୍କ ଫଟୋ ମଧ୍ୟ ଉପସ୍ଥାପନ କରିଛନ୍ତି।

Leave A Reply

Your email address will not be published.