thelifelinemedia
Latest Odisha News, Breaking News Today

ଫାଇନାଲ ମ୍ୟାଚରେ ଭାଷଣ ଦେବାକୁ ଚାଁହୁଥିଲେ ୟୁକ୍ରେନ ରାଷ୍ଟ୍ରପତି, ମନା କଲା ଫିଫା

ନୂଆଦିଲ୍ଲୀ: ଆସନ୍ତାକାଲି ଫିଫା ବିଶ୍ୱକପ ୨୦୨୨ର ଫାଇନାଲ ମ୍ୟାଚ ଖେଳାଯିବ | ଆସନ୍ତାକାଲି ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଇନାଲ ଲଢେଇ ହେବାକୁ ଥିବାବେଳେ ଏହି ମ୍ୟାଚ୍ ପୂର୍ବରୁ ଏକ ବଡ ଖବର ସାମ୍ନାକୁ ଆସିଛି ଯେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ଫିଫା ବିଶ୍ୱକପର ଅନ୍ତିମ ମ୍ୟାଚ୍ ପୂର୍ବରୁ ବିଶ୍ୱକୁ ଶାନ୍ତି ବାର୍ତ୍ତା ଦେବାକୁ ଚାହୁଁଥିଲେ। ତେବେ ଜେଲେନସ୍କିଙ୍କ ଏହି ଅନୁରୋଧକୁ ଫିଫା ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି। ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ଫିଫାକୁ ନିବେଦନ କରିଥିଲେ ଯେ ସେ କିଛି ସମୟ ଭାଷଣ ଦେବେ । ଦୀର୍ଘ ଦିନ ଧରି ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଜେଲେନସ୍କି ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେବାକୁ ଚାହୁଁଥିଲେ।

Leave A Reply

Your email address will not be published.