thelifelinemedia
Latest Odisha News, Breaking News Today

‘ଅବତାର ୨’ ଚଳଚ୍ଚିତ୍ର ଦେଖିବା ବେଳେ ହୃଦ୍‌ଘାତ ଯୋଗୁଁ ଦର୍ଶକ ମୃତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର କାକିନଡ଼ା ଜିଲ୍ଲା ଅନ୍ତର୍ଗତ ପେଡ୍ଡାପୁରମ୍‌ ସହରରେ ନିକଟରେ ରିଲିଜ୍‌ ହୋଇଥିବା ଚଳଚ୍ଚିତ୍ର ‘ଅବତାର ୨’ ଦେଖିବା ବେଳେ ହୃଦ୍‌ଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି।

ମୃତ ବ୍ୟକ୍ତିଜଣକ ଥିଲେ ଲକ୍ଷ୍ମୀରେଡ୍ଡୀ ସ୍ରିନୁ। ଭାଇ ରାଜୁ ସାଥିରେ ସେ ‘ଅବତାର ୨’ ଚଳଚ୍ଚିତ୍ର ଦେଖିବା ନିମନ୍ତେ ପ୍ରେକ୍ଷାଳୟକୁ ଯାଇଥିଲା। ଚଳଚ୍ଚିତ୍ର ଦେଖିବା ବ‌େଳେ ସ୍ରିନୁ ଟଳି ପଡ଼ିଥିଲେ। ସାନଭାଇ ରାଜୁ ତୁରନ୍ତ ତାଙ୍କୁ ପେଡ୍ଡାପୁରମ୍‌ ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋ‌ଷଣା କରିଥିଲେ।

Leave A Reply

Your email address will not be published.