thelifelinemedia
Latest Odisha News, Breaking News Today

କାଚ ଭଙ୍ଗା ଗ୍ୟାଙ୍ଗର ପର୍ଦାଫାଶ

ଭୁବନେଶ୍ବର: କାଚ ଭଙ୍ଗା ଗ୍ୟାଙ୍ଗର ପର୍ଦାଫାଶ ‌ହୋଇଛି। ମାର୍କେଟରେ ପାର୍କିଂ ହେଉଥିବା ଗାଡିର କାଚ ଭାଙ୍ଗି ଏହି ଗ୍ରୁପର ସଦସ୍ୟମାନେ ଲୁଟ୍‌ କରୁଥିଲେ। ଏହି ମାମଲାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଗ୍ରୁପର ସଦସ୍ୟମାନେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ ଓ ବିହାରରେ ବୁଲିବୁଲି କାଚ ଭାଙ୍ଗି ଲୁଟ କରନ୍ତି। ଡକାୟଟି, ଚୋରି, ଛିନତାଇ ଆଦି ଅପରାଧିକ କାର୍ଯ୍ୟରେ ଏମାନଙ୍କର ରେକର୍ଡ ରହିଛି।

ବିଶେଷକରି ପୂଜା ସମୟରେ ଏମାନେ ଭୁବନେଶ୍ୱରର ବିଭିନ୍ନ ଛକମାଙ୍କରେ ଗାଡ଼ି କାଚ ଭାଙ୍ଗି ଲୁଟି ନେଇଥିଲେ। ଏମାନଙ୍କ ପାଖରୁ ନଗଦ ଟଙ୍କା, ଗ୍ଲାସ ବ୍ରେକର, ମୋବାଇଲ ଫୋନ, ଲାପଟପ, ପର୍ସ ଓ ଭ୍ୟାନୀଟୀ ଜବତ ହୋଇଛି। ଗୋଟିଏ ଟିମ ପଶ୍ଚିମବଙ୍ଗ ଯିବ। କଟକ ଓ ଭୁବନେଶ୍ୱରରେ  ଥିବା ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ମୋଟ ୧୧ ମାମଲା ରହିଛି  ଏହି ଗ୍ୟାଙ୍ଗର ଲୋକମାନେ ଶସ୍ତା ଲଜରେ ରହି, ଛକ ଅଞ୍ଚଳକୁ ରେକୀ କରନ୍ତି ଓ ପରେ କାଚ ଭାଙ୍ଗି ଲୁଟ କରନ୍ତି।

Leave A Reply

Your email address will not be published.