thelifelinemedia
Latest Odisha News, Breaking News Today

ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କଲା ଇଡି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଆଗରେ ମୁହଁ ଖୋଲିଥିବା ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି। ଆଜି ଇଡି ଅଧିକାରୀମାନେ ଅର୍ଚ୍ଚନା ନାଗ, ଶ୍ରଦ୍ଧାଞ୍ଜଳି ବେହେରା ଓ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ଜେରା କରିଛନ୍ତି। ଜେରା ସମୟରେ ୪ ଜଣ ଅଧିକାରୀ ଓ ୨ ଜଣ ସାକ୍ଷୀ ଥିଲେ।

ଜେରା ସମୟରେ ଅର୍ଚ୍ଚନାଙ୍କ ବିଷୟରେ ଶ୍ରଦ୍ଧାଞ୍ଜଳି ବେହେରା ଅନେକ ତଥ୍ୟ ଅଧିକାରୀଙ୍କୁ ଦେଇଛନ୍ତି। ଲକ୍ଷାଧିକ ଟଙ୍କା ଆର୍ଥିକ କାରବାର ନେଇ ସେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ହନିଟ୍ରାପ ଅର୍ଥରୁ ଅର୍ଚ୍ଚନା ସିଂହଭାଗ ନେଉଥିଲେ। ଏଥି ସହିତ ଏହି ମାମଲାରେ ଆଉ କେଉଁମାନେ ସଂପୃକ୍ତ ଥିଲେ, ସେ ନେଇ ମଧ୍ୟ ଅଧିକାରୀମାନଙ୍କୁ କହିଛନ୍ତି। ଜେରା ସମୟରେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ଅଧିକ ତଥ୍ୟ ମିଳଥିବା ଆଶା କରାଯାଉଛି।

Leave A Reply

Your email address will not be published.