thelifelinemedia
Latest Odisha News, Breaking News Today

ମୁମ୍ବାଇର ଘାଟକୋପର ଅଞ୍ଚଳରେ ଥିବା ଏକ କୋଠାରେ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇର ଘାଟକୋପର ଅଞ୍ଚଳରେ ଥିବା ଏକ କୋଠାରେ ନିଆଁ ଲାଗିଛି। କୋଠାରେ ହଠାତ ନିଆଁ ଲାଗିବାରୁ ଲୋକେ ବାହାରକୁ ଆସିପାରିନଥିଲେ। ଏହି କାରଣରୁ ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ଏହା ସହ ଧୂଆଁ ପାଇଁ ଅଣନିଶ୍ବାସୀ ହୋଇପଡ଼ିଥିବା ୨୨ଜଣଙ୍କୁ ଏ‌ବେ ପାରେଖ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ବିଶ୍ୱାସ ବିଲ୍ଡିଂରେ ଥିବା ଜୁନୋ ପିଜା ହୋଟେଲର ମିଟର ରୁମରୁ ନିଆଁ ଲାଗିଥିଲା। ପାରେଖ ହସ୍ପିଟାଲ ପାଖରେ ବିଶ୍ୱାସ ବିଲ୍ଡିଂ ଥିବାରୁ ପୀଡ଼ିତଙ୍କୁ ସେଠାକୁ ନିଆଯାଇଛି। ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ ୨.୦୮ରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହାକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Leave A Reply

Your email address will not be published.