thelifelinemedia
Latest Odisha News, Breaking News Today

ଅନୁଭବଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାହ ବିଚ୍ଛେଦ ଖବରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ପାଲଟିଥିଲେ।  ଅନୁଭବଙ୍କୁ ନେଇ ଏକ ସୋସିଆଲ୍ ମିଡିଆ ପୋଷ୍ଟ ଅନେକ କିଛି କଳ୍ପନାଜଳ୍ପନାକୁ ଜନ୍ମ ଦେଇଥିଲା । ରାକେଶ ରୋଶନ୍ ମହାନ୍ତି ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଅନୁଭବ ମହାନ୍ତି୍କ ସହ ନିଜର ଏକ ଫଟୋ ପୋଷ୍ଟ କରି ଏହି ଚର୍ଚ୍ଚାର ସୂତ୍ରପାତ କରିଥିଲେ। ଉକ୍ତ ପୋଷ୍ଟରେ ସେ ଅନୁଭବଙ୍କୁ ତାଙ୍କ ଜୀବନର ନୂଆ ଯାତ୍ରା ଲାଗି ଅଭିନନ୍ଦନ ଜଣାଇଥିଲେ । ଏଥିସହ  ଅନୁଭବ ମହାନ୍ତିଙ୍କ ସହ ଏକ ଫଟୋ ସେୟାର କରିଥିଲେ, ଯେଉଁଠି ଅନୁଭବ ବରବେଶରେ ଥିବା ଦେଖାଯାଇଥିଲା । ଏହାକୁ ନେଇ ଗୁରୁବାର ରାତିରୁ ଅନୁଭବ ଦ୍ବିତୀୟ ବିବାହ କରୁଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ଅନେକ ବ୍ୟବହାରକାରୀ ଅଭିନନ୍ଦନ ବି ଜଣାଇବା ଆରମ୍ଭ କରିଥିଲେ।  ତେବେ ଶୁକ୍ରବାର ଜଣାପଡ଼ିଲା କି ଏହା  ଅନୁଭବଙ୍କ ନୂଆ ଫିଲ୍ମର ପ୍ରମୋସନ୍ ଲାଗି ଏକ ପବ୍ଲିସିଟି ଷ୍ଟଣ୍ଟ୍ ଥିଲା । କାରଣ ବାରିପଦାରେ ଚାଲିଥିବା ଅନୁଭବଙ୍କ ନୂଆ ଫିଲ୍ମର ସୁଟିଂ ସେଟରେ ଏହି ଫଟୋଟି ଉଠାଯାଇଥିଲା। ଏକ ବିବାହ ଦୃଶ୍ୟରେ ଅଭିନୟ ଲାଗି ଅନୁଭବ ବରବେଶରେ ସଜ୍ଜିତ ହୋଇଥିଲେ।

Leave A Reply

Your email address will not be published.