thelifelinemedia
Latest Odisha News, Breaking News Today

ଗାଧୋଇ ଫେରୁଥିବା ବେଳେ ଶୁଣ୍ଢରେ ଠେଲି ଦେଲା ଦନ୍ତା

ଭଞ୍ଜନଗର: ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳର ବାରଦଣ୍ଡା ନଦୀ ନିକଟରେ ଜଣେ ଚାଷୀ ଗାଧୋଇ ଫେରୁଥିବା ସମୟରେ ଏକ ଦନ୍ତାହାତୀ ସହ ମୁହଁମୁହିଁ ହୋଇଛନ୍ତି। ଦନ୍ତାଟି ଶୁଣ୍ଢରେ ଚାଷୀଙ୍କୁ ଠେଲି ଦେବା ଫଳରେ ସେ ନଦୀ ହୁଡା ତଳକୁ ଖସି ପଡି ଅଳ୍ପକେ ମୃତ୍ୟୁ ମୁଖରୁ ନିଜରକୁ ବଞ୍ଚାଇ ଦେଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ଲେମ୍ଭାଇ ପଞ୍ଚାୟତ ବାରଦଣ୍ଡା ଗ୍ରାମର ପାଣୁ ପ୍ରଧାନଙ୍କ ପୁଅ ଉଦୟ ପ୍ରଧାନ(୫୧)। ସେ ନିଜ ଜମିରେ ପୋଟଳ ଲଗାଇଥିବା ବେଳେ ତାକୁ ତଦାରଖ କରିବାକୁ ଯାଇଥିଲେ। ସେଠାରୁ କାମ ସାରି ଗାଧୋଇବାକୁ ନିକଟସ୍ଥ ନଦୀକୁ ଯାଇଥିଲେ। ସେଠାରେ ଶୌଚ ଆଦି କାର୍ଯ୍ୟ ସାରି ଫେରୁଥିବ ସମୟରେ ହୁଡା ନିକଟରେ ଦନ୍ତା ସହ ହଠାତ୍ ମୁହାଁମୁହିଁ ହୋଇ ଯାଇଥିଲା। ସେଠାରୁ ମୁକୁଳିବା ପାଇଁ ପ୍ରାଣ ବିକଳରେ ଦୌଡିବା ଆରମ୍ଭ କରିବା ସମୟରେ ହାତୀଟି ତାଙ୍କ ଆଡାକୁ ମାଡି ଆସିଥିବା ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.