thelifelinemedia
Latest Odisha News, Breaking News Today

ଭାଉଜଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିଲା, ହତ୍ୟାକାରୀକୁ କାରାଦଣ୍ଡ ମିଳିଲା ୧୦ ବର୍ଷ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ ଶୁଭଦର୍ଶୀ ପଟ୍ଟନାୟକ ଶୁକ୍ରବାର ୨୦୧୭ର ଏକ ହତ୍ୟା ଘଟଣାର ଜଣେ ଅଭିଯୁକ୍ତ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଖଟାଙ୍ଗ ଗାଁର ସୁନୀଳ ଲାକ୍ରାକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ କାରାଦଣ୍ଡ ଆଦେଶ କରିଛନ୍ତି। ୨୦୧୭ ମେ ୧୬ରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଖଟାଙ୍ଗ ତଳସାହି ଗ୍ରାମରେ ଘଟଣାଟି ଘଟିଥିଲା।

ଅପରାଧୀ ସୁନୀଲ ପୂର୍ବ ଜମି ବିବାଦ ଶତ୍ରୁତାକୁ ନେଇ ଘରେ କେହି ନ ଥିବା ସମୟରେ ନିଜ ଭାଉଜ ସେରାନି ଲାକ୍ରାଙ୍କୁ ଘରେ ଶୋଇଥିବା ସମୟରେ କାଠ ଫାଳିଆରେ ଆକ୍ରମଣ କରିଥିଲା। ଆକ୍ରମଣରେ ଭାଉଜଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା ଓ ସେ ତଳେ ପଡ଼ି ଯାଇଥିଲେ। ଏହା ପରେ ଅପରାଧୀ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସେରାନିଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ସୁଶାନୀ କେର୍କେଟାଙ୍କ ଏତଲାକ୍ରମେ ରାଜଗାଙ୍ଗପୁର ଥାନା ଅତିରିକ୍ତ ଥାନା ଅଧିକାରୀ ସସ୍ମିତା ମହନ୍ତ ଏକ ହତ୍ୟା ମାମଲା ରୁଜୁ କରି ସୁନୀଳକୁ ଗିରଫ କରିଥିଲେ। ପୁଲିସର ରିପୋର୍ଟ, ୧୬ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ସରକାରୀ ଓକିଲଙ୍କ ଦୃଢ଼ ଯୁକ୍ତି ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତି କରି ଅଦାଲତ ରାୟ ଶୁଣାଇଥିଲେ। ମାମଲାକୁ ସରକାରୀ ଓକିଲ ଅବଦୁଲ ସମିମ ଅଖତର ପରିଚାଳନା କରୁଥିଲେ।

Leave A Reply

Your email address will not be published.