thelifelinemedia
Latest Odisha News, Breaking News Today

ଅର୍ଚ୍ଚନା ନାଗ ମାମଲାରେ ଇଡିର ତଦନ୍ତ ଜୋରଦାର

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଇଡି ତାର ତଦନ୍ତକୁ ଜୋରଦାର କରିଛି ।  ତେବେ ଫୋକସରେ ରହିଛି କୁଆଡୁ ଆସିଲା ନଗଦ ୨ କୋଟି ଟଙ୍କା ? ବ୍ୟାଙ୍କକୁ ଯାଇ ଇଡି ଖୋଳତାଡ ଆରମ୍ଭ ବି କରିଛି ।  ଛାନଭିନ ବେଳେ ପ୍ରବର୍ତନ ନିର୍ଦ୍ଦେଶାଳୟ ଜାଣିବାକୁ ପାଇଥିଲା ଅର୍ଚ୍ଚନା-ଜଗବନ୍ଧୁଙ୍କ ଆକାଉଣ୍ଟରେ ରାଜ୍ୟର ୫ଟି ଅନ୍ୟ ବ୍ୟାଙ୍କ ଆକାଉଣ୍ଟରୁ ନଗଦ ୨ କୋଟିରୁ ଉଦ୍ଧ୍ୱର୍ ଟଙ୍କା ବିଭିନ୍ନ ସମୟରେ ଜମା କରାଯାଇଛି ।

ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ରିମାଣ୍ଡରେ ନେଇ ଗୁଡାଇ ତୁଡାଇ ପ୍ରଶ୍ନ କରୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ । ଖଗେଶ୍ୱର ହିଁ  ଦେଇଛି ନାଗ-ଚାନ୍ଦ ଦମ୍ପତିଙ୍କ  କଳା ଟଙ୍କା କାରବାରର ଅନେକ ଠିକଣା । ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ବିଧାନସଭାରେ ଉଠାଇବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି ।  ବିଜେପି କହିଛି, ଏହି ପ୍ରସଙ୍ଗକୁ ଦଳ ଜୋରଦାର ଉଠାଇବ । କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି,  ପୁଲିସ  ଦୋଷୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ଦାୟୀ ।

ଯାହାକୁ ପୁଲିସ ଛାଡି ଦେଇଥିଲେ, ଇଡି ତାକୁ ଗିରଫ କଲା କେମିତି? କିଛି ତ ପ୍ରମାଣ ନିଶ୍ଚିତ ଭାବେ ଥିଲା ।  ଚିଟଫଣ୍ଡ ଦୁର୍ନୀତି ଯେଭଳି ହେଲା  ଏହି ମାମଲା ବି ସେଭଳି ନ ହେଉ । ଏ ବିଷୟ ଯିଏ ବିଧାନସଭାରେ ଉପସ୍ଥାପିତ ନ କରିବ, ତାର ସଂପୃକ୍ତି ଅଛି ବୋଲି ଧରାପଡିବ ବୋଲି  କହିଛନ୍ତି ନରସିଂହ । ଅର୍ଚ୍ଚନା ନାଗ ମାମଲାରେ ଇଡି ପଶିଛି ।  ଏହାକୁ ନେଇ ନେତାଙ୍କ ମଧ୍ୟରେ ବୟାନବାଜି ବି ହେଉଛି । ଘଟଣାରୁ ସ୍ପଷ୍ଟ ହୋଇଛି, ଏହି ଘଟଣାକୁ ନେଇ ସରଗରମ ହେବ ବିଧାନସଭା ଅଧିବେଶନ ।

Leave A Reply

Your email address will not be published.