ବିଶ୍ୱରେ ବଢୁଛି ମଧୁମେହ ରୋଗୀଙ୍କ ସଂଖ୍ୟା

ପ୍ରତିବର୍ଷ ନଭେମ୍ବର ୧୪କୁ ବିଶ୍ୱ ମଧୁମେହ ଦିବସ ଭାବେ ପାଳନ କରାଯାଉଛି । ଏହି ଦିବସରେ ସ୍ୱାସ୍ଥ୍ୟ ଶିବିରର ଆୟୋଜନ, ସଭାସମିତି ତଥା ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ମଧୁମେହ ରୋଗ ପ୍ରତି ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି । ତଥାପି ବଢ଼ି ଚାଲିଛି ମଧୁମେୟ ରୋଗୀଙ୍କ ସଂଖ୍ୟା । ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି । ଆଉ ମଧୁମେୟ ରୋଗୀ ସଂଖ୍ୟା ବଢ଼ିବା ଯୋଗୁଁ ବିଭିନ୍ନ ପ୍ରକାରର ମାରାତ୍ମକ ରୋଗ ହେବାର ଆଶଙ୍କା ବଢ଼ିଯାଏ । ଯାହା ଚିନ୍ତାର ବିଷୟ । ..
ମହାମାରୀ କରୋନାଠାରୁ ଆହୁରି ବିପଦଜନକ ମଧୁମେୟ ରୋଗ । କିନ୍ତୁ ସଚେତନତା ଅଭାବରୁ ବଢ଼ି ଚାଲିଛି ରୋଗୀଙ୍କ ସଂଖ୍ୟା । ସେଥିପାଇଁ ବିଶ୍ୱ ମଧୁମେୟ ଦିବସରେ ବିଶ୍ୱବ୍ୟାପି କରାଯାଇଛି ସଚେତନତା ରାଲି । ତଥାପି ବଢ଼ି ଚାଲିଛି ମଧୁମେୟ ଆକ୍ରାନ୍ତଙ୍କ ସଂଖ୍ୟା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ମଧୁମେୟ ରୋଗରେ ବିଶ୍ୱରେ ପ୍ରତିବର୍ଷ ୪୦ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଭାରତ ମଧୁମେୟ ରୋଗର ରାଜଧାନୀ ପାଲଟିଛି । ବର୍ଲିନ ଡାଇଗ୍ନୋଷ୍ଟିକ୍ ସେଂଟରର ରିପୋର୍ଟ ଅନୁସାରେ ଦେଶର ପ୍ରାୟ ୭କୋଟି ୭୦ ଲକ୍ଷ ଲୋକ ମଧୁମେୟ ରୋଗରେ ଆକ୍ରାନ୍ତ । ୩୦ବର୍ଷ ଭିତରେ ଭାରତରେ ୧୫ଗୁଣ ବୃଦ୍ଧି ପାଇଛି ମଧୁମେୟ ଆକ୍ରାନ୍ତଙ୍କ ସଂଖ୍ୟା । ସେମାନଙ୍କ ମଧ୍ୟରୁ ୯୦ପ୍ରତିଶତ ଟାଇପ-ଟୁ ଡାଇବେଟିସରେ ପୀଡିତ । ଆଉ ଟାଇପ-ଟୁ ଡାଇବେଟିସ୍ ମାନବ ଇତିହାସର ସବୁଠାରୁ ବଡ ସ୍ୱାସ୍ଥ୍ୟ ସମସ୍ୟା ।