ନୌସେନା ଯୁଦ୍ଧ ଜାହାଜରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ଯବାନ

ମୁମ୍ବାଇ: ନୌସେନା ଯୁଦ୍ଧ ଜାହାଜରେ ନିଜ ବନ୍ଧୁକରୁ ଗୁଳି ଚଳାଇ ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି | ମିଳିଥିବା ସୂଚନା ମୁତାବକ ଭାରତୀୟ ନୌସେନାର ୨୫ ବର୍ଷୀୟ କର୍ମଚାରୀ ମୁମ୍ବାଇ ବନ୍ଦରରେ ନିଜର ସର୍ଭିସ ରାଇଫଲରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି | ନୌସେନା ଅଧିକାରୀ କହିଛନ୍ତି ଯେ ଶନିବାର ଅପରାହ୍ନରେ ନୌସେନା ଯୁଦ୍ଧ ଜାହାଜରେ ଏହି ଘଟଣା ଘଟିଛି ଏବଂ ନୌସେନା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।
ଅଧିକାରୀ କହିଛନ୍ତି ଯେ କର୍ମଚାରୀ ଜଣକ ଜାହାଜର ଏକ କୋଠରୀକୁ ଯାଇ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅଧିକାରୀ କହିଛନ୍ତି ଯେ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କିଛି ଘରୋଇ ସମସ୍ୟା ହେତୁ ନୌସେନା କର୍ମଚାରୀ ଏଭଳି ଚରମ ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।