thelifelinemedia
Latest Odisha News, Breaking News Today

ଜମି ଜବରଦଖଲ ପାଇଁ ମୁଣ୍ଡ ଗଡ଼ିଲା

ରାଉରକେଲା: ସରକାରୀ ଜମି ଜବର ଦଖଲ ବିବାଦକୁ ନେଇ ରାଉରକେଲାରେ ଆଜି ଗୁଳି ଫୁଟିଛି। ଗୁଳିମାଡରେ ଗୁରୁତର ଆହତ ବାଞ୍ଛା ତନ୍ତୀ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଝିରପାଣି ଥାନା ଅନ୍ତର୍ଗତ ଝରିଆଟୋଲା ବସ୍ତିରେ ଆଜି ସକାଳେ ଏଡି ଅଘଟଣ ଘଟିଥିବାବେଳେ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଅଞ୍ଚଳରେ ଖାଲି ପଡ଼ିଥିବା ସରକାରୀ ଜମି ହାତେଇବା ପାଇଁ ଲାଗି ରହିଥିବା ବିବାଦ ଯୋଗୁଁ ବାଞ୍ଛା ଙ୍କ ମୁଣ୍ଡ ଗଡ଼ିଥିବା କୁହାଯାଉଛି।

ଉକ୍ତ ଅଞ୍ଚଳର ଚୁନୁ ଓରାମ ନାମକ ଯୁବକ ବହୁ ପରିମାଣର ସରକାରୀ ଜମି ନିଜ ଦଖଲରେ ରଖି ଘର ତିଆରି କରି ଭଡାରେ ଲଗାଇଥାନ୍ତି। ଉକ୍ତ ଜମିର କିଛି ଅଂଶ କୁ କବ୍‌ଜା କରିବାକୁ କୁଆଡ଼େ ବାଞ୍ଛା ଉଦ୍ୟମ କରିଥିଲେ। ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଶେଷରେ ଚୁନୁର ଗୁଳିମାଡରେ ବାଞ୍ଛା ପ୍ରାଣ ହରାଇଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେବା ସହ ଝିରପାଣି ଥାନା ଘେରାଓ କରି ତୁରନ୍ତ ଅଭିଯୁକ୍ତ ମାନଙ୍କ ଗିରଫ ଦାବି କରିଛନ୍ତି ମୃତକଙ୍କ ପରିବାର ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା।

Leave A Reply

Your email address will not be published.