thelifelinemedia
Latest Odisha News, Breaking News Today

ମିସବାଙ୍କୁ ଶେଷ ଓଭର ପକାଇବାକୁ ଡରୁଥିଲେ ଭାରତୀୟ ବୋଲର

୨୦୨୨ ଟି-୨୦ ବିଶ୍ୱକପ ତାର ବିଶ୍ୱ ବିଜେତାକୁ ପାଇ ସାରିଛି । ପାକିସ୍ତାନକୁ ହରାଇ ଇଂଲଣ୍ଡ ବିଶ୍ୱ ବିଜୟୀ ହୋଇଛି । ତେବେ ଏହାରି ଭିତରେ ୨୦୦୭ ବିଶ୍ୱକପକୁ ନେଇ ବଡ ବୟାନ ଦେଇଛନ୍ତି ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକ । ସେ କହିଛନ୍ତି କି, ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚରେ ମିସବା ଉଲହକଙ୍କୁ ଶେଷ ଓଭର ବୋଲିଂ କରିବାକୁ ଡରିଯାଇଥିଲେ ଭାରତୀୟ ବୋଲର । ତାଙ୍କୁ ବୋଲିଂ କରିବାକୁ କେହି ଭାରତୀୟ ବୋଲର ରାଜି ହୋଇନଥିଲେ । ପାକିସ୍ତାନର ଏକ ଟିଭି ଚ୍ୟାନେଲର ଏକ ସୋରେ ଏଭଳି କହିଥିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ ।

ସେ କହିଥିଲେ କି, ମୁଁ କାହା ନାଁ ନେବାକୁ ଚାହୁଁନି । କି କାହାକୁ ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲ ଶେଷ ଓଭର ବାକି ଥାଏ । ଭାରତର ସମସ୍ତ ବୋଲରଙ୍କ ଆଉ ଗୋଟିଏ ଗୋଟିଏ ଓଭର ବାକି ଥାଏ । ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସମସ୍ତଙ୍କୁ ପଚାରିଥିଲେ ହେଲେ ଶେଷ ଓଭର ପକାଇବାକୁ । ହେଲେ ସମସ୍ତେ ମନା କରିଦେଇଥିଲେ । ମିସବାଙ୍କୁ ବୋଲିଂ କରିବାକୁ ଡରିଯାଇଥିଲେ ଭାରତୀୟ ବୋଲର । କାରଣ ସେ ମୈଦାନରେ ବଡ ବଡ ସଟ୍ ଖେଳୁଥିଲେ । ଯଦି ତାହା ଶେଷ ଓଭର ହୋଇନଥାନ୍ତା । ଯଦି ତାହା ଶେଷ ୱିକେଟ ହୋଇନଥାନ୍ତା ତେବେ ସେ ସେମିତି ଯମା ଖେଳିନଥାନ୍ତେ ।

Leave A Reply

Your email address will not be published.