ଉତ୍ତରାଖଣ୍ଡ ଋଷିକେଶରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୪

ଶିମଲା ୧୨।୧୧: ଉତ୍ତରାଖଣ୍ଡର ଋଷିକେଶରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୪ ମପା ଯାଇଛି। ଭୂମିକମ୍ପ ଅପରାହ୍ନ ୪ଟାବାଜି ୨୫ ମିନିଟ୍ରେ ଅନୁଭୂତ ହୋଇଥିଲା। କମ୍ପନ ଅନୁଭୂତ ହେବା ମାତ୍ରେ ଲୋକେ ନିଜନିଜ ଘରୁ ଓ କାର୍ଯ୍ୟାଳୟରୁ ବାହାରକୁ ଚାଲି ଆସିଥିଲେ। ତେବେ ଏହି କମ୍ପନ ଯୋଗୁ କେଉଁଠି ଧନଜୀବନ ହାନୀର ସୂଚନା ନାହିଁ। ଏହା ପୂର୍ବରୁ ଗତ ବୁଧବାର ମଧ୍ୟ ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିଲା।
ବୁଧବାର ସକାଳ ୬ଟା ୨୭ ମିନିଟ୍ରେ ଅନୁଭୂତ ହୋଇଥିବା କମ୍ପନର ତୀବ୍ରତା ୪.୩ ମ୍ୟାଗ୍ନେଚ୍ୟୁଡ ମପାଯାଇଥିଲା। ଭୂମିକମ୍ପର କେନ୍ଦ୍ର ଭୂ-ଗର୍ଭର ୫ କିଲୋମିଟର ଗଭୀରରେ ଥିଲା। ଏହା ପରେ ମଙ୍ଗଳବାର ରାତିରେ ଦିଲ୍ଲୀ ସମେତ ଏନସିଆର ଓ ଉତ୍ତର ଭାରତରେ କମ୍ପନ ଅନୁଭୂତ ହୋଇଥିଲା। ତେବେ ଆଜିର ଭୂମିକମ୍ପ ପରେ ଲୋକେ ବଡ଼ ଧରଣର କମ୍ପନ ନେଇ ଆତଙ୍କିତ ହୋଇପଡିଛନ୍ତି।