thelifelinemedia
Latest Odisha News, Breaking News Today

ଭୂମିକମ୍ପରେ ଥରିଲା ଦିଲ୍ଲୀ ସମେତ NCR, ରିକ୍ଟର ସ୍କେଲରେ ତୀବ୍ରତା ୫.୪

ଦିଲ୍ଲୀ ସମେତ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ସନ୍ଧ୍ୟା ୭ଟା ବାଜି ୫୭ ମିନିଟ୍‌ରେ  ଭୂମିକମ୍ପ ପ୍ରାୟ ୫୪ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୫.୪ ମପା ଯାଇଛି। ଏହି ଭୂମିକମ୍ପର ଉତ୍ପତି ସ୍ଥଳ ନେପାଳର ସିଲଙ୍ଗାରେ ଥିବା କୁହାଯାଇଛି। ଚଳିତ ସପ୍ତାହରେ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ଏହା ଦ୍ୱିତୀୟ ଭୂମିକମ୍ପ।

ଭୂମିକମ୍ପର ଝଟକା ଦିଲ୍ଲୀ ସମେତ ନୋଏଡା, ଗାଜିଆବାଦ ଓ ବିଜନୋରରେ ମଧ୍ୟ ଅନୁଭୂତ ହୋଇଛି। ଘରଦ୍ୱାର ଥରି ଉଠିବା ଯୋଗୁ  ଲୋକେ ଘର ଓ କାର୍ଯ୍ୟାଳୟରୁ ବାହାରକୁ ଦୌଡି ପଳାଇଆସିଥିଲେ। ତେବେ ଭୂମିକମ୍ପଯୋଗୁ ଅଚାନକ କ୍ଷୟକ୍ଷତିର ସୂଚନା ମିଳି ନାହିଁ। ଶନିବାର ଅପରାହ୍ନରେ ପ୍ରଥମେ ଉତ୍ତରାଖଣ୍ଡରେ ମୃଦୁ ଭୂମିକମ୍ପ ହୋଇଥିଲା। ତେବେ ସନ୍ଧ୍ୟାରେ ଦିଲ୍ଲୀ ସମେତ ସମ୍ପୂର୍ଣ୍ଣ ଉତ୍ତର ଭାରତରେ କମ୍ପନ ଅନୁଭୂତ ହୋଇଛି। ଉତ୍ତରାଖଣ୍ଡରେ ସନ୍ଧ୍ୟାରେ ଦ୍ୱିତୀୟବାର କମ୍ପନ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ୫.୪ ମପା ଯାଇଛି।

ଏହା ପୂର୍ବରୁ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଗତ ନଭେମ୍ବର ମାସ ୬ ତାରିଖ ରାତି ପ୍ରାୟ ଗୋଟାଏ ବେଳେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ମପା ଯାଇଥିବା ବେଳେ ଉତ୍ପତି ସ୍ଥଳ ନେପାଳରେ ଥିଲା। ଭୂମିକମ୍ପ ଯୋଗୁ ନେପାଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଭୂମିକମ୍ପକୁ ସପ୍ତାହଟେ ନ ପୁରୁଣୁ ପୁଣି କମ୍ପନ ଅନୁଭୂତ ହେବା ଲୋକଙ୍କୁ ଆତଙ୍କିତ କରିଛି। ଏହି ଭୂମିକମ୍ପ ଉତ୍ତର ପ୍ରଦେଶର ନୋଏଡା, ଗାଜିୟାବାଦ, ବିଜୋନର ସମେତ ଉତ୍ତରାଖଣ୍ଡର ଟିହରୀ, ପିଥୋରାଗଡ, ବାଗେଶ୍ୱର, ପୌଢି ଓ ଖଟିମାରେ ମଧ୍ୟ ଅନୁଭୂତ ହୋଇଛି।

Leave A Reply

Your email address will not be published.