thelifelinemedia
Latest Odisha News, Breaking News Today

ପୁଟିନଙ୍କୁ ଘାରିଛି ହତ୍ୟା ଭୟ !

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଘାରିଛି ହତ୍ୟାର ଭୟ ? ଏହି କାରଣରୁ ଜି-୨୦ ବୈଠକରେ ହେବେନି ସାମିଲ ? ରୁଷ କୁଟନୀତି ବିଶେଷଜ୍ଞଙ୍କ ଦାବି ପରେ ସବୁଠି ଆଲୋଚନା ଆରମ୍ଭ ହୋଇଛି । ରୁଷ କୂଟନୀତିଜ୍ଞ ସେରଗେ ମାରକୋଭ ଆଶଂକା ପ୍ରକାଶ କରିଛନ୍ତି ଯେ, ଆମେରିକା, ବ୍ରିଟେନ ଏବଂ ୟୁକ୍ରେନ ସେନାର ସ୍ୱତନ୍ତ୍ର କମାଣ୍ଡୋ ପୁଟିନଙ୍କ ହତ୍ୟା ପାଇଁ ଷଡଯନ୍ତ୍ର ରଚିଥାଇ ପାରନ୍ତି । ଏହି କାରଣରୁ ପୁଟିନ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଯିବେ ନାହିଁ ।

ଇଣ୍ଡୋନେସିଆର ବାଲିରେ ଜି-୨୦ଶିଖର ସମ୍ମିଳନୀ ଆସନ୍ତା ୧୫ ଏବଂ ୧୬ ନଭେମ୍ୱରରେ ଆୟୋଜିତ ହେବ । ଏଥିରେ ଦୁନିଆର ଶକ୍ତିଶାଳୀ ଦେଶ ସାମିଲ ହେବେ । ତେବେ ଏହି ବୈଠକରେ ପୁଟିନ ସାମିଲ ହେବେ ନାହିଁ । ମାରକୋଭଙ୍କ ଦାବି ଜି-୨୦ ଶିଖର ସମ୍ମିଳନୀରେ ପୁଟିନଙ୍କୁ ଅନ୍ୟ ଦେଶର ଶୀର୍ଷ ନେତା ଅପମାନିତ କରିପାରନ୍ତି, ଏହି ଆଶଂକାରୁ ପୁଟିନ ଯାତ୍ରାକୁ ବାତିଲ କରିଛନ୍ତି ।

ରୁଷର କୂଟନୀତି ମାମଲାର ବିଶେଷଜ୍ଞ ମାରକୋଭ ଦାବି କରିଛନ୍ତି ଯେ, ଖେରସନରୁ ରୁଷ ନିଜ ସେନାକୁ ଫେରାଇ ଆଣିଛି। ଏବେ ପୁଟିନଙ୍କ ଭୟ ତାଙ୍କୁ ହତ୍ୟା କରାଯାଇପାରେ। ମିଡିଆ ରିପୋର୍ଟରେ ସେ ଏହି ଆଶଂକା ପ୍ରକାଶ କରିଛନ୍ତି। ମାରକୋଭଙ୍କ କହିବା ଅନୁସାରେ, ରୁଷ ବିରୋଧୀ ଦେଶର ସେନା ପୁଟିନଙ୍କୁ ମାରିବା ପାଇଁ ଷଡଯନ୍ତ୍ର ରଚିପାରନ୍ତି ।

Leave A Reply

Your email address will not be published.