କିଛି ଦିନର ଆଶ୍ୱସ୍ତି ପରେ ପୁଣି ବଦଳିଲା ଦିଲ୍ଲୀ NCRର ପବନ

ନୂଆଦିଲ୍ଲୀ ୧୧।୧୧: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବାୟୁ ମାନ ଶୁକ୍ରବାର ପୁଣି ବିଗିଡି ଯାଇଛି। ମାତ୍ର କିଛି ଦିନର ଆଶ୍ୱସ୍ତି ପରେ ଗୁରୁବାର ଠାରୁ ରାଜଧାନୀରେ ପବନ ପୁଣି ପ୍ରଦୂଷିତ ହେବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ଅନୁସାରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୪.୬ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଯାହା ସାମାନ୍ୟରୁ ଟିକେ ଅଧିକ ରହିଛି। ଏଥିରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ଙ୍କ ଅନୁସାରେ ଶୁକ୍ରବାର ସକାଳ ୯ଟା ସୁଦ୍ଧା ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୩୩୧ କୁ ପହଞ୍ଚି ଯାଇଛି।
ଏକ୍ୟୁଆଇ ୫୦ ଅର୍ଥାତ ଉତ୍ତମ, ୫୧ରୁ ୧୦୦ ମାନେ ସନ୍ତୋଷପ୍ରଦ, ୧୦୧ରୁ ୨୦୦ ସନ୍ତୁଳିତ, ୨୦୧ରୁ ୩୦୦ ଖରାପ, ୩୦୧ରୁ ୪୦୦ ଅତି ଖରାପ ଓ ୪୦୧ରୁ ୫୦୦ ଅତ୍ୟନ୍ତ ବିପଦଜନକ। ଆଇଏମଡିଙ୍କ ଅନୁସାରେ ଗତ ରାତିରେ ବାୟୁରେ ସାପେକ୍ଷିକ ଆର୍ଦ୍ଦତା ୭୯ ପ୍ରତିଶତ ଥିଲା। ଆଇଏମଡିଙ୍କ ଅନୁସାରେ ଅଧିକତମ ତାପମାତ୍ରା ୨୯ ଡିଗ୍ରି ସେଲସିୟସ ରହିବ ଓ ଦିନବେଳେ ଆକାଶ ସଫା ରହିବ।