thelifelinemedia
Latest Odisha News, Breaking News Today

ତୀର ମାଡ଼ରେ ହାତୀ ମୃତ୍ୟୁ; ବ୍ୟବଚ୍ଛେଦ ବେଳେ ପେଟରୁ ବାହାରିଲା ଭଙ୍ଗା ତୀର

ତେଲକୋଇ ରେଞ୍ଜରେ ତୀର ମାଡ଼ ଯୋଗୁ ମାଇହାତୀ ଓ ହାତୀ ଶାବକର ମୃତ୍ୟୁ ହୋଇଛି।ହାତୀର ଶବ ବ୍ୟବଛେଦ ବେଳେ ପେଟରୁ ଭଙ୍ଗାତୀର ବାହାରିଛି। ଖବର ଅନୁସାରେ, ଆଜି ସକାଳେ କେନ୍ଦୁଝର ବନଖଣ୍ଡ ଅଧୀନ ତେଲକୋଇ ରେଞ୍ଜ ତାଳପଦା ସେକ୍ସନର କଳାପାଟ ସଂରକ୍ଷିତ ଜଙ୍ଗଲରୁ ଏକ ମାଇହାତୀ ସହିତ ହାତୀ ଶାବକ ର ମୃତଦେହ ମିଳିଥିଲା। ମୃତ ହାତୀଛୁଆ ଜନ୍ମ ଦେଇ ମାଇହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିଲା।

କିନ୍ତୁ ଶବ ବ୍ୟବଛେଦ ପରେ ପ୍ରକୃତ ଘଟଣା ସାମନାକୁ ଆସିଛି। ମାଇ ହାତୀଟିକୁ ତୀର ମାଡ କରାଯାଇଛି। ଫଳରେ ହାତୀର ପାକସ୍ଥଳୀଦେଇ ଗର୍ଭାଶୟକୁ ତୀରରେ ଆଘାତ ଲାଗିଛି। ଏହାଫଳରେ ମାହାତୀର ପେଟରେ ହାତୀ ଶାବକର ମୃତ୍ୟୁ ହୋଇଛି। ଫଳରେ ମା ହାତୀଟି ନିର୍ଦ୍ଧାରିତ ସମୟ ପୂର୍ବରୁ ମୃତ ହାତୀ ଶାବକକୁ ଜନ୍ମ ଦେଇ ମୃତ୍ୟୁବରଣ କରିଛି। ସେପଟେ ଘଟଣାସ୍ଥଳରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚଡି ଧନରାଜ ପହଞ୍ଚି ଘଟଣା ଅନୁଧ୍ୟାନ କରିବା ସହ ଶବକୁ ବ୍ୟବଛେଦ କରିଛନ୍ତି।

Leave A Reply

Your email address will not be published.