thelifelinemedia
Latest Odisha News, Breaking News Today

ବାବା ଧବଳେଶ୍ୱରଙ୍କ ପାଖେ ଲାଗି ହେଲା ଗଜଭୋଗ

ସୋମବାର ମଧ୍ୟ ବଡସିଂହାର ବେଶ ସହିତ ରାଜରାଜେଶ୍ଵର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଧବଳେଶ୍ଵରଙ୍କ ପାଖରେ ବାବାଙ୍କ ଅତି ପ୍ରିୟ ଗଜଭୋଗ ଓ ତରଣ ଲାଗି ହୋଇଛି। ଶୁଦ୍ଧପୂତ ଭାବେ ପ୍ରସ୍ତୁତ ହୋଇଥିବା ଏହି ଭୋଗକୁ ପାଇବା ପାଇଁ ଶ୍ରଦ୍ଧାଳୁମାନେ ବର୍ଷ ତମାମ ଅପେକ୍ଷା କରିଥାନ୍ତି। ଅନ୍ୟପଟେ ନିର୍ଦ୍ଧାରିତ ସମୟ ଅନୁସାରେ ଧବଳେଶ୍ଵରଙ୍କ ପହଡ଼ ଖୋଲାଯାଇ ୧୦୮ ଗରା ପବିତ୍ର ଜଳରେ ମହାସ୍ନାନ କରାଯାଇଥିଲା।

ପରେ ମଙ୍ଗଳ ଆଳତୀ ମଇଲମ ଆଦି ସମସ୍ତ ରୀତିନୀତି ହୋଇଛି। ସେପଟେ ଭର୍ଚୁଆଲ ମାଧ୍ୟମରେ ବଡସିଂହାର ବେଶ ସହିତ ରାଜରାଜେଶ୍ଵର ବେଶରେ ବାବା ଧବଳେଶ୍ବର ଦର୍ଶନ ଦେଉଛନ୍ତି। ଅନ୍ୟ ପକ୍ଷରେ ଧବଳେଶ୍ୱଙ୍କ ଭର୍ଚୁଆଲ ଦର୍ଶନ ପାଇଁ ମନ୍ଦିର ମୁଖ୍ୟରାସ୍ତା ଫାଟକ ପାଖରେ ଏଲଇଡି ସ୍କ୍ରିନ ବ୍ୟବସ୍ଥା ସହିତ ଓ ୟୁଟ୍ୟୁବ୍ ଲିଙ୍କ୍ ଦିଆଯାଇଛି। ସୂଚନାଥାଉକି, ମୋରବି ଝୁଲାପୋଲ ଦୁର୍ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଧବଳେଶ୍ୱରଙ୍କ ପିଠକୁ ଯିବାପାଇଁ ଥିବା ଝୁଲାପୋଲ ଏବଂ ମନ୍ଦିର ବେଢାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ରହିଛି।

Leave A Reply

Your email address will not be published.