କଟକରେ ରାସ୍ତାଉପରେ କଲେଜ ଛାତ୍ରୀଙ୍କୁ ଯୁବକର ଛୁରାମାଡ

କଟକରେ କଲେଜ ଛାତ୍ରୀଙ୍କୁ ଯୁବକର ଛୁରାମାଡ । ପ୍ରତାପନଗରୀ ନିକଟରେ କଲେଜ ଛାତ୍ରୀଙ୍କୁ ଆକ୍ରମଣ କରାଯାଇଛି । ବସରେ ଫେରିବା ବେଳେ ଆକ୍ରମଣ କରିଥିଲେ ଜଣେ ଯୁବକ । ଛାତ୍ରୀଙ୍କ ହାତ ଓ ଗୋଡରେ କ୍ଷତ ଚିହ୍ନ ଥିବା ବେଳେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଛି ।