thelifelinemedia
Latest Odisha News, Breaking News Today

ପରାଗ ଅଗ୍ରଓ୍ଵାଲଙ୍କୁ ହଟାଇବା ପରେ ଟ୍ଵିଟରର ସିଇଓ ହେବେ ଏଲନ ମସ୍କ

ନୂଆଦିଲ୍ଲୀ: ଟ୍ଵିଟରର ସିଇଓ ହେବେ ଏଲନ ମସ୍କ। ଏ ନେଇ ପ୍ରକ୍ରିୟା ଜାରି ରହିଛି। ଖୋଦ୍ ଏହାର ସୂଚନା ଦେଇଛନ୍ତି ଟେସଲା ମୁଖ୍ୟ ଏଲନ ମସ୍କ। ଏହା ପୂର୍ବରୁ ଟ୍ଵିଟରର ସଂପୂର୍ଣ୍ଣ ଅଧିଗ୍ରହଣ ପରେ ଏଲନ ମସ୍କ ତତ୍କାଳୀନ ସିଇଓ ପରାଗ ଅଗ୍ରଓ୍ଵାଲଙ୍କୁ ସିଇଓ ପଦରୁ ବରଖାସ୍ତ କରିଥିଲେ। ଏହା ପରଠୁ କମ୍ପାନିର ସିଇଓ ପଦ ଖାଲି ରହିଛି।

କେବଳ ଏତିକି ନୁହେଁ ମସ୍କ ବୋର୍ଡ ଅଫ ଡିରେକ୍ଟର୍ସ କମିଟି ଭାଙ୍ଗିଛନ୍ତି। ବର୍ତ୍ତମାନ ସେ କମ୍ପାନିର ଏକ ମାତ୍ର ନିର୍ଦ୍ଦେଶକ। କମ୍ପାନିର ନିର୍ଦ୍ଦେଶକ ମଣ୍ଡଳୀରେ ପରାଗ ଅଗ୍ରଓ୍ଵାଲ ବି ସାମିଲ୍ ଥିଲେ। ମସ୍କ ଟ୍ଵିଟରର ସିଇଓ ହେଲେ ଏହାକୁ ମିଶାଇ ସେ ମୋଟ୍ ପାଞ୍ଚଟି କମ୍ପାନିର ମୁଖ୍ୟ ହେବେ। ଏହା ପୂର୍ବରୁ ସେ ଟେସଲା ସହିତ ରକେଟ୍ କମ୍ପାନି ସ୍ପେସ୍ ଏକ୍ସ, ବ୍ରେନ-ଚିପ୍ ଷ୍ଟାର୍ଟଅପ୍‌ ନ୍ୟୁରୋଲିଙ୍କ ଏବଂ ସୁଡଙ୍ଗ ଖୋଦେଇ କରୁଥିବା  ଦ ବୋରିଙ୍ଗ କମ୍ପାନିର ପ୍ରମୁଖ ବି ଅଛନ୍ତି।

ମସ୍କ ଟ୍ଵିଟରର ସିଇଓ ହେବା ନେଇ  ଏହାର ଆନୁଷ୍ଠାନିକ ବୟାନ ଦିଆଯାଇ ନାହିଁ। ମସ୍କଙ୍କ ଦ୍ଵାରା ଟ୍ଵିଟର କିଣିବା ନେଇ ପ୍ରସ୍ତାବ ପରଠୁ କମ୍ପାନିର ଅଂଶଧନରେ ଏକ ତୃତୀୟାଂଶ ଖସି ସାରିଛି। ମସ୍କ ଚଳିତ ବର୍ଷ ଏପ୍ରିଲରେ ଟ୍ଵିଟରକୁ ୪୪ ବିଲିୟନ ଡଲାରରେ କିଣିବାକୁ ପ୍ରସ୍ତାବ ଦେଇଥିଲେ।

Leave A Reply

Your email address will not be published.