ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କୁ ରାଧା ପାଦ ଛୁଇଁବା ମନା

ଭକ୍ତଙ୍କୁ ରାଧା ପାଦ ଛୁଇଁବା ମନା । କଟକଣା ଲଗାଇଲା ପୁରୀ ଜିଲ୍ଲା ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭବତରଣ ସାହୁ । ସାକ୍ଷୀଗୋପାଳ ମନ୍ଦିରରେ ରାଧାଙ୍କ ଦର୍ଶନ କରିପାରିବେ ଭକ୍ତ ହେଲେ, ପାଦ ଛୁଇଁବାକୁ ପ୍ରଶାସନ ପକ୍ଷରୁ କରାଗଲା ମନା । ଆସନ୍ତାକାଲି ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ ଅନୁଷ୍ଠିତ ହେବ ।
ଭକ୍ତଙ୍କୁ ଓଡ଼ିଆଣୀରେ ବେଶରେ ଦର୍ଶନ ଦେବେ ମା’ ରାଧା । କରୋନା କଟକଣା ହଟିଥିବାରୁ ଚଳିତ ବର୍ଷ ୨ଲକ୍ଷରୁ ଅଧିକ ଲୋକ ହେବାର ଆଶଙ୍କା କରାଯାଉଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ପ୍ରଶାସନ । ନିୟୋଜିତ ହେବେ ୩ ଜଣ ଆଡସିନାଲ ଏସପି, ୮ଜଣ ଡିଏସପି, ୭୪ ଜଣ ଏସଆଇ, ୧୦୦ଜଣ ହାବିଲଦାର ଓ କନେଷ୍ଟବଳ । ୨୦୦ଜଣ ଗୃହରକ୍ଷୀ ସମେତ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । କାଲିର ସ୍ଥିତି ଉପରେ ନଜର ରଖିବେ ଏସପି ।