ଆକାଶରେ ଦୃଶ୍ୟମାନ ହେଲା ମହାଜାଗତିକ ଦୃଶ୍ୟ

ବର୍ଷର ଶେଷ ସୂର୍ଯ୍ୟପରାଗ ବିଶ୍ୱର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଛି । ସୂର୍ଯ୍ୟପରାଗ ଆର୍ୟାଲାଣ୍ଡରେ ପ୍ରଥମେ ଦୃଶ୍ୟମାନ ହୋଇଥିବାବେଳେ ଆରବ ସାଗରରେ ଶେଷ ହୋଇଛି । ଭାରତୀୟ ସମୟ ଅନୁସାରେ ଦିନ ୨ଟା ୨୯ମିନିଟରୁ ୬ଟା ୨୦ମିନିଟ ପର୍ଯ୍ୟନ୍ତ ଦେଖାଯାଇଥିଲା ସୂର୍ଯ୍ୟପରାଗ । ଭାରତରେ ୪ଟା ୨୯ରୁ ୬ଟା ୯ମିନିଟ ପର୍ଯ୍ୟନ୍ତ ଦେଖାଯାଇଥିଲା ସୂର୍ଯ୍ୟପରାଗ । ଅର୍ଥାତ ଭାରତରେ ପ୍ରାୟ ୧ ଘଣ୍ଟା ୪୦ମିନିଟ୍ ପର୍ଯ୍ୟନ୍ତ ଦେଖାଯାଇଛି ସୂର୍ଯ୍ୟପରାଗ ।
ଦେଶର ଅନ୍ୟସ୍ଥାନମାନଙ୍କ ଭଳି ଓଡିଶାରେ ଦେଖାଯାଇଛି ଆଂଶିକ ସୂର୍ଯ୍ୟପରାଗର ଦୃଶ୍ୟ । ୪.୫୦ରେ ପ୍ରଥମେ ଦେବଗଡରେ ଦେଖିବାକୁ ମିଳିଥିଲା ମହାଜାଗତିକ ଦୃଶ୍ୟ । ଭୁବନେଶ୍ୱରରେ ସମୟ ପ୍ରାୟ ୪ଟା ୫୫ଦେଖିବାକୁ ମିଳିଥିଲା ଏହି ମହାଜାଗତିକ ଦୃଶ୍ୟ । ଆଉ ୨୦ ମିନିଟ୍ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ମାଲକାନାଗିରି ୪.୫୯ରୁ ୫.୩୩ ପ୍ରାୟ ୩୪ମିନିଟ୍ ଦୃଶ୍ୟମାନ ହୋଇଛି ସୂର୍ଯ୍ୟପରାଗ । ସେହିପରି ସମ୍ବଲପୁରରେ ୪.୫୨ରୁ ୫.୨୦ ପର୍ଯ୍ୟନ୍ତ ୨୮ମିନିଟ୍ ଦେଖାଯାଇଛି ଏହି ମହାଜାଗତିକ ଦୃଶ୍ୟ । ନୂଆପଡାରେ ସର୍ବାଧିକ ୪.୫୨ରୁ ୫.୨୮ ପ୍ରାୟ ୩୬ମିନିଟ୍ ଦୃଶ୍ୟମାନ ହୋଇଛି ସୂର୍ଯ୍ୟପରାଗ । କେନ୍ଦ୍ରାପଡାରେ ସବୁଠାରୁ କମ୍ ସମୟ ୧୭ ମିନିଟ୍ ପାଇଁ ସୂର୍ଯ୍ୟପରାଗ ଦେଖାଯାଇଛି ।