ଲେପ୍ଟନାଣ୍ଟ ଜେନେରାଲ ଅନିଲ ଚୌହ୍ୱାନ ଦେଶର ପରବର୍ତ୍ତୀ ସିଡିଏସ

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ସରକାର ଦେଶର ନୂଆ ସିଡିଏସ ନିଯୁକ୍ତ କରିଛନ୍ତି । ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର ୯ ମାସ ପରେ କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହ୍ୱାନ (ସେବା ନିବୃତ୍ତ)ଙ୍କୁ ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଭାବେ ନିଯୁକ୍ତି ଦେଇଛନ୍ତି । ଏହାସହ ସେ ଭାରତ ସରକାରଙ୍କ ସୈନ୍ୟ ମାମଲା ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ ।
ଅନିଲ ଚୌହ୍ୱାନ ଦେଶର ଡିଜିଏମଏଓ, ସେନାର ପୂର୍ବ କମାଣ୍ଡର ପ୍ରମୁଖ ଭାବେ ସେବା ପ୍ରଦାନ କରିସାରିଛନ୍ତି । ବର୍ତ୍ତମାନ ସମୟରେ ସେ ନ୍ୟାସନାଲ ସିକ୍ୟୁରିଟି କାଉନସିଲ ସଚିବାଳୟରେ ମିଲିଟ୍ରୀ ପରାମର୍ଶଦାତା ଭାବେ ନିଯୁକ୍ତ ଅଛନ୍ତି । ଦୁର୍ଘଟଣାରେ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ପରେ ସିଡିଏସ ପଦ ଖାଲି ରହିଥିଲା।