ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍:ଖାଦ୍ୟ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା, କୃଷକ କଲ୍ୟାଣ ଏବଂ ମହିଳା ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୨୪,୧୫୦ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି।ଏହି ଅତିରିକ୍ତ ବଜେଟରେ ଖାଦ୍ୟ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା, କୃଷକ କଲ୍ୟାଣ ଏବଂ ମହିଳା ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ
ଭୁବନେଶ୍ୱର:ଆଜି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୨୪,୧୫୦ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି।ଏହି ଅତିରିକ୍ତ ବଜେଟରେ ଖାଦ୍ୟ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା, କୃଷକ କଲ୍ୟାଣ ଏବଂ ମହିଳା ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ସର୍ବାଧିକ ୮,୩୮୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଯେଉଁଥିରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ଖାଦ୍ୟ ସୁରକ୍ଷା ପାଇଁ ୮,୩୧୨ କୋଟି ଟଙ୍କା ରଖାଯାଇଛି। ସେହିପରି ବିପର୍ଯ୍ୟୟ ପରିଚାଳନା, ବାତ୍ୟା ଓ ବନ୍ୟା ପରବର୍ତ୍ତୀ ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଅଧୀନରେ ଅତିରିକ୍ତ ୫,୧୦୦ କୋଟି ଟଙ୍କା (ବିଭାଗୀୟ ଭାବେ ପ୍ରାୟ ୪,୯୯୯ କୋଟି ଟଙ୍କା) ବ୍ୟବସ୍ଥା କରାଯାଇଛି।
ଜ୍ଞାନୋଦୟ ଯୋଜନା ଏବଂ ପିଏମ୍-ଶ୍ରୀ (PM-SHRI) ସ୍କୁଲ ଭଳି ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ୧,୩୯୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।ସୁଭଦ୍ରା ଯୋଜନା ଏବଂ ଜାତୀୟ ଗ୍ରାମୀଣ ଜୀବିକା ମିଶନ (NRLM) ମାଧ୍ୟମରେ ମହିଳାଙ୍କ ବିକାଶ ପାଇଁ ୧,୨୪୭ କୋଟି ଟଙ୍କା ରଖାଯାଇଛି।