thelifelinemedia
Latest Odisha News, Breaking News Today

ବାତ୍ୟା ଓଡ଼ିଶା ମୁହାଁ ନେଇ ସ୍ପଷ୍ଟ କଲେ IMD ଡିଜି:ନରସାପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍‌ ସମ୍ଭାବନା 

ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀରେ ଅତ୍ୟନ୍ତ ପ୍ରବଳ ବର୍ଷିପାରେ। ୧୯ରେ ଦକ୍ଷିଣ ଓଡ଼ିଶାରେ ସବୁଠାରୁ ବେଶୀ ବର୍ଷା ହେବ। ଉତ୍ତର ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ବି ରହିଛି। ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜରେ ମଧ୍ୟ ବର୍ଷାର ପ୍ରଭାବ ରହିବ। ୨୦ ତାରିଖରେ ଲ୍ୟାଣ୍ଡଫଲ୍‌ ପରେ ଶୀଘ୍ର ଦୁର୍ବଳ ହୋଇପାରେ

ଭୁବନେଶ୍ୱର: ବାତ୍ୟା ଓଡ଼ିଶା ମୁହାଁ ନେଇ ସ୍ପଷ୍ଟ କଲେ IMD ଡିଜି। ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା। ନରସାପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍‌ ସମ୍ଭାବନା ରହିଛି। ବିଶେଷକରି କଳିଙ୍ଗପତନମ ଓ ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ।

ଆଉ ଅଧିକ ତୀବ୍ର ହେବାର କୌଣସି ସମ୍ଭାବନା ନାହିଁ।୧୯, ୨୦ରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଦକ୍ଷିଣ ଓଡ଼ିଶାର କିଛି ଜିଳ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ୨୦ରୁ ୩୦ ସେମି ପର୍ଯ୍ୟନ୍ତ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀରେ ଅତ୍ୟନ୍ତ ପ୍ରବଳ ବର୍ଷିପାରେ। ୧୯ରେ ଦକ୍ଷିଣ ଓଡ଼ିଶାରେ ସବୁଠାରୁ ବେଶୀ ବର୍ଷା ହେବ। ଉତ୍ତର ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ବି ରହିଛି। ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜରେ ମଧ୍ୟ ବର୍ଷାର ପ୍ରଭାବ ରହିବ। ୨୦ ତାରିଖରେ ଲ୍ୟାଣ୍ଡଫଲ୍‌ ପରେ ଶୀଘ୍ର ଦୁର୍ବଳ ହୋଇପାରେ ।

 

Leave A Reply

Your email address will not be published.