thelifelinemedia
Latest Odisha News, Breaking News Today

ପୁଣି କୋଟିଆ ଉପରେ ଆନ୍ଧ୍ରର ଆଖି: ସ୍ଥିତି ଉପରେ ନଜର ରଖିଛି ଓଡିଶା 

କୋଟିଆରେ ଆନ୍ଧ୍ର ବୁଥ୍ କରିବ କି ନିଜ ଅଞ୍ଚଳରେ ମତଦାନ କେନ୍ଦ୍ର ଖୋଲିବ ସ୍ପଷ୍ଟ ହୋଇନି । ଗତ ୫ ତାରିଖ ନିର୍ବାଚନ ଭଳି କୋଟିଆ ଲୋକ ଲୁଚିଛପି ଯଦି ପୁଣି ଆନ୍ଧ୍ର ଯିବେ, ପ୍ରଶାସନର ପଦକ୍ଷେପ କ’ଣ ହେବ ଜଣାପଡ଼ିନି । ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି, ଆନ୍ଧ୍ରର ପ୍ରତ୍ୟେକ ରଣନୀତି ଉପରେ ନଜର ରହିଛି

କୋରାପୁଟ : କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତା ୨୬ରେ ଆନ୍ଧ୍ରର ପାଲକୋଣ୍ଡା ଓ ୨୯ରେ ପାର୍ବତୀପୁରମ୍ ଡିଭିଜନରେ ଭୋଟ୍ ନିଆଯିବ । ଏ ସମ୍ପର୍କିତ ଘୋଷଣା ପରେ ଆନ୍ଧ୍ରର ଉଦ୍ୟମ ପଣ୍ଡ କରିବା, କୋଟିଆବାସୀଙ୍କୁ ଭୋଟ୍ ନ ଦେବାକୁ ପ୍ରବର୍ତ୍ତାଇବା ନେଇ ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । ଏହାକୁ ନେଇ ପ୍ରଶାସନ ଆପଣାଉଥିବା ରଣନୀତି ଉପରେ ରହିଛି ସମସ୍ତଙ୍କ ନଜର । ପାର୍ବତୀପୁରମ୍ ଓ ପାଲକେଣ୍ଡା ଡିଭିଜନରେ ମୋଟ ୪୫୧ ପଞ୍ଚାୟତ ଓ ୧୫ ମଣ୍ଡଳ ରହିଛି । ସେ ଭିତରୁ ପାର୍ବତୀପୁରମରେ ୨୨୪ ପଞ୍ଚାୟତ, ୮ ମଣ୍ଡଳ ଥିବାବେଳେ ପାଲକୋଣ୍ଡା ଡିଭିଜନରେ ରହିଛି ୨୨୭ ପଞ୍ଚାୟତ ଓ ୭ ମଣ୍ଡଳ । ଆନ୍ଧ୍ରର କାର୍ଯ୍ୟସୂଚୀରେ ଅନୁଯାୟୀ, ପାର୍ବତୀପୁର ଡିଭିଜନ୍ ଲାଗି ନଭେମ୍ବର ୧୬ରେ ପ୍ରକାଶ ପାଇବ ବିଜ୍ଞପ୍ତି । ୧୮ ତାରିଖରେ ଆର୍ଓଙ୍କ ନୋଟିସ୍, ୨୦ରେ ପ୍ରାର୍ଥିପତ୍ର ଦାଖଲ ଶେଷ ହେବ । ପରଦିନ ଅର୍ଥାତ ୨୧ ତାରିଖରେ ନାମାଙ୍କନ ଯାଞ୍ଚ୍ ଓ ୨୪ରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ୨୯ ତାରିଖରେ ମତଦାନ ଓ ଦରକାର ହେଲେ ପରଦିନ ଅର୍ଥାତ୍ ୩୦ରେ ନିଆଯିବ ସାନିମତ । ୨୬ ତାରିଖରେ ହେବ ପାଲକୋଣ୍ଡା ଡିଭିଜନରେ ଭୋଟଗ୍ରହଣ । ଏହି ବିଜ୍ଞପ୍ତି ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଛି ।

କୋଟିଆରେ ଆନ୍ଧ୍ର ବୁଥ୍ କରିବ କି ନିଜ ଅଞ୍ଚଳରେ ମତଦାନ କେନ୍ଦ୍ର ଖୋଲିବ ସ୍ପଷ୍ଟ ହୋଇନି । ଗତ ୫ ତାରିଖ ନିର୍ବାଚନ ଭଳି କୋଟିଆ ଲୋକ ଲୁଚିଛପି ଯଦି ପୁଣି ଆନ୍ଧ୍ର ଯିବେ, ପ୍ରଶାସନର ପଦକ୍ଷେପ କ’ଣ ହେବ ଜଣାପଡ଼ିନି । ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି, ଆନ୍ଧ୍ରର ପ୍ରତ୍ୟେକ ରଣନୀତି ଉପରେ ନଜର ରହିଛି । ଗତ ନିର୍ବାଚନ ଅପେକ୍ଷା ଏଥର ଅଧିକ କଡ଼ା ପଦକ୍ଷେପ ଗ୍ରହଣ କରାଯିବ । ସୂଚନାଥାଉକି, ଦୀର୍ଘବର୍ଷ ହେଲା କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି।

Leave A Reply

Your email address will not be published.