thelifelinemedia
Latest Odisha News, Breaking News Today

ରାଜ୍ୟସଭା ନିର୍ବାଚନରେ ବିଜେଡି ବିଧାୟକଙ୍କ କ୍ରସଭୋଟିଂ: ହାଇକୋର୍ଟଙ୍କ ଜବାବ ତଲବ

ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଦଳର ହୁଇପ୍‌ ମାନି ନଥିବା ଓ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ଅଭିଯୋଗ ଆଣି ୮ଜଣ ବିଧାୟକଙ୍କ ବିରୋଧରେ ବାଚସ୍ପତିଙ୍କ ନିକଟରେ ବିଜେଡି ଦାଖଲ କରିଥିବା ପିଟିସନ୍‌କୁ ବିନା ଶୁଣାଣିରେ ଖାରଜ କରାଯାଇଥିଲା

କଟକ: ଦଳୀୟ ହୁଇପ ନମାନି ରାଜ୍ୟସଭା ନିର୍ବାଚନରେ କ୍ରସ୍‌ଭୋଟିଂ କରିଥିବା ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଂଗକୁ ନେଇ ହାଇକୋର୍ଟରେ ଦାୟର ଆବେଦନ ଗୁଡ଼ିକର ଆଜି (ମଙ୍ଗଳବାର) ନୂତନ ଖଣ୍ଡପୀଠରେ ଶୁଣାଣି ହୋଇଛି। ପୂର୍ବରୁ ମାମଲା ଶୁଣାଣି କରୁଥିବା ଜ‌ଷ୍ଟିସ ଆର.କେ.ପଟ୍ଟନାୟକ ଆବେଦନ ଗୁଡ଼ିକର ଶୁଣାଣି ଅନ୍ୟ ଖଣ୍ଡପୀଠରେ କରିବା ପାଇଁ କହିଥିଲେ। ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ପରେ ମାମଲା ଗୁଡ଼ିକର ଆଜି ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିଲା। ପୁଣି ବିଧାନସଭା ବାଚସ୍ପତିଙ୍କ ନିକଟକୁ ଏହି ମାମଲା ଶୁଣାଣି ଓ ନିଷ୍ପତ୍ତି ପାଇଁ ପଠାଯିବା ପ୍ରସଂଗରେ ଜବାବ ରଖିବାକୁ ପ୍ରତିପକ୍ଷଙ୍କୁ ହାଇକୋର୍ଟ କହିଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଦଳର ହୁଇପ୍‌ ମାନି ନଥିବା ଓ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ଅଭିଯୋଗ ଆଣି ୮ଜଣ ବିଧାୟକଙ୍କ ବିରୋଧରେ ବାଚସ୍ପତିଙ୍କ ନିକଟରେ ବିଜେଡି ଦାଖଲ କରିଥିବା ପିଟିସନ୍‌କୁ ବିନା ଶୁଣାଣିରେ ଖାରଜ କରାଯାଇଥିଲା। ବିଷୟବସ୍ତୁ, ତଥ୍ୟ ପ୍ରମାଣ କିମ୍ବା ଯୁକ୍ତିକୁ ବିଚାର ନକରି ବୈଷୟିକ ବା ପ୍ରକ୍ରିୟାଗତ କାରଣରୁ ଏପରି ପିଟିସନ ଖାରଜ କରାଯାଇଥିଲା। ଅଭିଯୋଗ ଉପରେ ଉପଯୁକ୍ତ ଭାବେ ଶୁଣାଣି ନକରି, ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ନଦେଇ ପିଟିସନ ଖାରଜ କରାଯାଇଥିଲା। ପିଟିସନରେ ଥିବା ତ୍ରୁଟି ସଂଶୋଧନ ଯୋଗ୍ୟଥିଲା। କିନ୍ତୁ ସଂଶୋଧନ ପାଇଁ ସୁଯୋଗ ନଦେଇ ପିଟିସନ ଖାରଜ କରାଯାଇଥିଲା।

Leave A Reply

Your email address will not be published.