thelifelinemedia
Latest Odisha News, Breaking News Today

କଟକ ବଡ଼ ଡାକ୍ତରଖାନାରେ ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା ମାମଲାରେ ୨ ଗିରଫ

ସିସିଟିଭି ଫୁଟେଜରେ ଦୁଇ ଅଭିଯୁକ୍ତ ମାଡ ମାରୁଥିବା ଦେଖିବାକୁ ମିଳିଥିଲା । ସେହି ଆଧାରରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି

କଟକ: କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମାନସିକ ରୋଗ ବିଭାଗରେ ଜଣେ ରୋଗୀଙ୍କୁ ପିଟି ପିଟି ମାରିଦେବା ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ । ସେମାନେ ହେଲେ ୱାର୍ଡ ଅଟେଣ୍ଡାଣ୍ଟ ଜଗନ୍ନାଥ ରାଓ ଓ ସିକ୍ୟୁରିଟି ଗାର୍ଡ ଦିଲ୍ଲୀପ କୁମାର ପ୍ରଧାନ । ଏନେଇ କଟକ ଡିସିପି ରିଷିକେଶ ଖିଲାରୀ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ, ସମ୍ପୂର୍ଣ୍ଣ ପୋଷ୍ଟମର୍ଟମ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ଯାହା ଫଳରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । କିନ୍ତୁ ସିସିଟିଭି ଫୁଟେଜରେ ଦୁଇ ଅଭିଯୁକ୍ତ ମାଡ ମାରୁଥିବା ଦେଖିବାକୁ ମିଳିଥିଲା । ସେହି ଆଧାରରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା  ଅନୁସାରେ ଗତ ୩୦ ତାରିଖରେ ଯାଜପୁର ରୋଡ୍ ପହଙ୍ଗା ଅଞ୍ଚଳର ମାନସିକ ରୋଗୀ ଶ୍ରୀକାନ୍ତ ଦାସଙ୍କୁ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ପିଟି ପିଟି ହତ୍ୟା କରାଯାଇଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା ।

 

Leave A Reply

Your email address will not be published.