thelifelinemedia
Latest Odisha News, Breaking News Today

ନେପାଳରେ ପୁଣି ଆକସ୍ମିକ ବନ୍ୟା: ଭାସିଗଲା ୩୫ରୁ ଅଧିକ ଘର ସହିତ ଏକାଧିକ ବ୍ରିଜ୍‌; ଜଳ ବିଦ୍ୟୁତ୍ କେନ୍ଦ୍ର କ୍ଷତିଗ୍ରସ୍ତ

ଆକସ୍ମିକ ବନ୍ୟାରେ ୩୫ରୁ ଅଧିକ ଘର ସହିତ ଏକାଧିକ ସେତୁ ଭାସିଯାଇଥିବା ବେଳେ ଏକ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି। ବୁଢ଼ୀଗଣ୍ଡକି ନଦୀରେ ଏହି ବନ୍ୟା ହୋଇଛି

କାଠମାଣ୍ଡୁ:ନେପାଳର ଗୋର୍ଖା ଜିଲ୍ଲାର ଚୁମନବ୍ରୀ ଗାଁରେ ରବିବାର ଆକସ୍ମିକ ବନ୍ୟାରେ ୩୫ରୁ ଅଧିକ ଘର ସହିତ ଏକାଧିକ ସେତୁ ଭାସିଯାଇଥିବା ବେଳେ ଏକ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି। ବୁଢ଼ୀଗଣ୍ଡକି ନଦୀରେ ଏହି ବନ୍ୟା ହୋଇଛି। ବୁଢ଼ୀଗଣ୍ଡକି ହେଉଛି ତ୍ରିଶୂଳୀ ନଦୀର ଏକ ଉପନଦୀ। ଗତ ଅଗଷ୍ଟ ୨୬ ତାରିଖରେ ତ୍ରିଶୂଳୀ ନଦୀରେ ଆସିଥିବା ପ୍ରଳଙ୍କରୀ ଆକସ୍ମିକ ବନ୍ୟାରେ ୧୪୫୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକଙ୍କ ଏଯାଏ ପତ୍ତା ମିଳିପାରିନାହିଁ।

ନେପାଳର ନ୍ୟାଶନାଲ ଡିଜାଷ୍ଟର ରିସ୍କ ରିଡକ୍‌ସନ ଆଣ୍ଡ ମ୍ୟାନେଜମେଣ୍ଟ ଅଥରିଟୀ (NDRRMA) କହିଛି ଯେ ବୁଢ଼ୀଗଣ୍ଡକି ନଦୀର ଜଳ ସ୍ତର ଆଜି ସକାଳ ସାଢ଼େ ୬ଟାରେ ୩.୬୬ ମିଟର ଥିବା ବେଳେ ସକାଳ ୮ଟା ୪୦ରେ ଏହା ୮.୪୩ ମିଟରକୁ ବୃଦ୍ଧି ପାଇଥିଲା। କେବଳ ୮ଟା ୩୦ରୁ ୮ଟା ୪୦ ମଧ୍ୟରେ ଜଳସ୍ତର ୨ ମିଟର ବଢ଼ି ଯାଇଥିଲା। ଯେହେତୁ ଏହି ଆକସ୍ମିକ ବାତ୍ୟାରେ ମେଜରମେଣ୍ଟ ସେଣ୍ଟର ଭାସି ଯାଇଛି, ତେଣୁ ଏହା ସଂପର୍କରେ ଅଧିକ ସୂଚନା ମିଳିପାରିନାହିଁ।

ବର୍ଷା ଯୋଗୁ ଏହି ବନ୍ୟା ହୋଇନାହିଁ ବୋଲି ସ୍ପଷ୍ଟ କରି NDRRMA କହିଛି ଯେ ପ୍ରାଥମିକ ସୂଚନା ଓ ସାଟେଲାଇଟ୍‌ ଚିତ୍ରଗୁଡ଼ିକର ସମୀକ୍ଷାରୁ ଆକଳନ କରାଯାଉଛି ଯେ ପ୍ରଥମେ କୌଣସି ବସ୍ତୁ ଦ୍ୱାରା ନଦୀର ଗତିପଥ ଅବରୋଧ ହୋଇଥାଇପାରେ। ପରେ ଏହା ଭୁଶୁଡ଼ି ଯିବାରୁ ଆକସ୍ମିକ ବନ୍ୟା ହୋଇ ହୋଇଥାଇପାରେ।

Leave A Reply

Your email address will not be published.